ସୀମାନ୍ତ ରାଜ୍ୟକୁ ସତର୍କ କଲା କେନ୍ଦ୍ର: ଅତ୍ୟାବଶ୍ୟକ ରିଲିଫ୍‌ ସାମଗ୍ରୀ ସହ ପ୍ରସ୍ତୁତ ରୁହ

Advertisment

ପିଓକେରେ ଭାରତୀୟ ସେନାର ରାତି ଅଧିଆ ବିମାନ ଆକ୍ରମଣର କିଛି ଘଣ୍ଟା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଓ ମୁଖ୍ୟ ସଚିବ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

ପିଓକେରେ ଭାରତୀୟ ସେନାର ରାତି ଅଧିଆ ବିମାନ ଆକ୍ରମଣର କିଛି ଘଣ୍ଟା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଓ ମୁଖ୍ୟ ସଚିବ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

Women's Cavalry Front on India-Pakistan border

ନୂଆଦିଲ୍ଲୀ: ପିଓକେରେ ଭାରତୀୟ ସେନାର ରାତି ଅଧିଆ ବିମାନ ଆକ୍ରମଣର କିଛି ଘଣ୍ଟା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଓ ମୁଖ୍ୟ ସଚିବ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।  ଶାହ କହିଛନ୍ତି, ଭାରତ ଓ ଭାରତର ନାଗରିକଙ୍କ ଉପରେ କୌଣସି ପ୍ରକାରର ଆକ୍ରମଣ ହେଲେ ଭାରତ ଏହାର କଡ଼ା ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଜ୍ଞା କରିଥିଲେ। ଆଜି ଏହି ପ୍ରତିଜ୍ଞା ପୂରଣ କରିବାକୁ ଯାଇ ଭାରତୀୟ ସେନାର ‘ଅପ‌ରେସନ୍‌ ସିନ୍ଦୂର’ ପହଲଗାମରେ ହୋଇଥିବା ବର୍ବର ଆକ୍ରମଣର ଜବାବ ଦେଇଛି। ‘ଅପରେସନ୍‌ ସିନ୍ଦୂର’ ସଫଳ ହେବାପରେ ଶାହ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଏବଂ ମୁଖ୍ୟ ସଚିବମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି। ସମସ୍ତ ରାଜ୍ୟ ଅତ୍ୟାବଶ୍ୟକ ରିଲିଫ୍‌ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ, ଡିଜିପି ଓ ମୁଖ୍ୟ ସଚିବଙ୍କ ସହ ଶାହଙ୍କ ବୈଠକ
ମୋଦୀଙ୍କ ପ୍ରତିଜ୍ଞା ପୂରଣ ପାଇଁ ‘ଅପରେସନ୍‌ ସିନ୍ଦୂର’

ମିଳିଥିବା ସୂଚନାନୁଯାୟୀ ଜମ୍ମୁ କାଶ୍ମୀର, ଗୁଜରାଟ, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ସିକ୍କିମର ମୁଖ୍ୟମନ୍ତ୍ରୀଙ୍କ ବାଦ୍‌ ପୁଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ସଚିବ ମଧ୍ୟ ଶାହଙ୍କ ସହ ବୈଠକରେ ଅଂଶଗ୍ରହଣ କରିଛନ୍ତି।  ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ଗୁଳିଗୋଳା ମାଡ଼ କରୁଥିବାରୁ ଏହି ଘଟଣାରେ ୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପାଇଁ ଶାହ ଆଜି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ପାକିସ୍ତାନର ଗୁଳିଗୋଳା ମାଡ଼ରେ ଜଣେ ମହିଳା, ୪ ଶିଶୁଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe