ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କ, ୧୫ତମ ସ୍ଥାନରେ ଓଡ଼ିଶା

Advertisment
ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କୁ ଚାଉଳ ନା: ଅନ୍ନ ବିହୁନେ ହଂସହାନି

The Indian Express

ନୂଆଦିଲ୍ଲୀ : ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଦ୍ବାରା ୨୦୨୨-୨୩ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଛି। ଏଥି ପାଇଁ ରାଜ୍ୟମାନଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଥିଳା। ୧୫ଟି ବୃହତ୍‌ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି।

ଖାଦ୍ୟ ସୁରକ୍ଷା ସମ୍ପର୍କିତ ୫ଟି ମାନଦଣ୍ଡରୁ ଓଡ଼ିଶାକୁ ୧୦୦ରୁ ମାତ୍ର ୨୯ ମାର୍କ ମିଳିଛି। ବୃହତ୍‌ ରାଜ୍ୟମାନଙ୍କ ମଧ୍ୟରେ କେରଳ ପ୍ରଥମ, ପଞ୍ଜାବ ଦ୍ବିତୀୟ ଓ ତାମିଲନାଡ଼ୁ ତୃତୀୟ ସ୍ଥାନରେ ରହିଛି। କେରଳକୁ ସର୍ବାଧିକ ୬୩ ମାର୍କ ମିଳିଛି। ସେହିଭଳି କ୍ଷୁଦ୍ର ରାଜ୍ୟମାନଙ୍କ ମଧ୍ୟରେ ଗୋଆ ପ୍ରଥମ, ମଣିପୁର ଦ୍ବିତୀୟ ଓ ସିକିମ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ଶାସିତ ଅଂଚଳ‌ ତାଲିକାରେ ଜମ୍ମୁ-କାଶ୍ମୀର ପ୍ରଥମ, ଦିଲ୍ଲୀ ଦ୍ବିତୀୟ ଓ ଚଣ୍ଡିଗଡ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe