ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ମାମଲା : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍‌ପି ଖାରଜ

Advertisment
ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ମାମଲା : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍‌ପି ଖାରଜ

The Hindu

ନୂଆଦିଲ୍ଲୀ : ରାଜ୍ୟ ସଚିବାଳୟର ସେକ୍ସନ ଅଫିସର ଓ ଲ’ ଅଫିସରଙ୍କ ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି କରାଯିବାକୁ ନେଇ ଓଡ଼ିଶା ସେକ୍ରେଟେରୀଏଟ୍ ସର୍ଭିସେସ୍ ରୁଲ୍ ୧୯୮୦ କୁ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି। ଏଥିସହିତ ଓଡ଼ିଶା ସେକ୍ରେଟେରିଏଟ୍ ସର୍ଭିସେସ୍ ରୁଲ୍ ୨୦୦୧କୁ ଖାରଜ କରିଦେଇଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ସଚିବାଳୟ ସେକ୍ସନ ଅପିସର ଓ ଲ’ ଅଫିସରଙ୍କୁ ୧୦ ବର୍ଷର ଚାକିରି ପରେ ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ନେଇ ଓଡ଼ିଶା ସେକ୍ରେଟେରୀଏଟ୍ ସର୍ଭିସେସ୍ ରୁଲ୍ ୧୯୮୦ ସଂଶୋଧନ ଅନ୍ତର୍ଗତ ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୧ରେ ଏହାକୁ ପୁଣିଥରେ ସଂଶୋଧନ କରାଯାଇ ଲ’ ଅଫିସରମାନଙ୍କର ଅଣ୍ଡର ସେକ୍ରେଟେରୀ ପଦନ୍ନୋତିକୁ ଡାଉନ୍ ଗ୍ରେଡ୍ କରି ଦିଆଯାଇଥିଲା। ଏହି ଅଭିଯୋଗ କରି ଲ’ ଅଫିସରମାନେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ପ୍ରଶାସନିକ ଟ୍ରିବ୍ୟୁନାଲ ମେ’ ୧୨, ୨୦୧୧ର ୨୦୦୧ ସଂଶୋଧନକୁ ଲାଗୁ କରାଯାଇପାରିବ ନାହିଁ ବୋଲି କହିଥିଲୋ । ଟ୍ରିବ୍ୟୁନାଲଙ୍କ ରାୟକୁ ରାଜ୍ୟସରକାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ୨୦୦୧ରେ ସଂଶୋଧନକୁ ଅଗଷ୍ଟ ୧, ୨୦୧୮ରେ ଖାରଜ କରିଦେଇଥିଲେ। ଏହାପରେ ରାଜ୍ୟସରକାର ପକ୍ଷରୁ ସୁପ୍ରିମକୋର୍ଟରେ ୨୦୧୯ରେ ଏସ୍‌ଏଲ୍‌ପି (ସ୍ପେଶିଆଲ୍‌ ଲିଭ୍‌ ପିଟିସନ୍‌) ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ସି ୟୁ ସିଂହ ଓ ଲ’ ଅଫିସରମାନଙ୍କ ପକ୍ଷରୁ ଆଇନଜୀବୀ ବିକାଶ ସିଂହ ଓ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲାର ପରିଚାଳନା କରୁଥିଲେ। ମାମଲାର ୨୮ ଥର ଶୁଣାଣି କରିବାପରେ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe