ଆଇଜର ପୁନେରେ ଅତ୍ୟାଧୁନିକ ଗବେଷଣା ନବସୃଜନକୁ ଗତିଦେବ: ଧର୍ମେନ୍ଦ୍ର

Advertisment
ପରୀକ୍ଷା ପେ ଚର୍ଚ୍ଚା ୨୦୨୩ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା

livemint.com

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁନେସ୍ଥିତ ଭାରତୀୟ ବିଜ୍ଞାନ ଏବଂ ଗବେଷଣା ସଂସ୍ଥା (ଆଇଜର)ର ‘ଡିପାର୍ଟମେଣ୍ଟ୍‌ ଅଫ୍ ଡାଟା ସାଇନ୍ସ’ର ଶିଳାନ୍ୟାସ କରିବା ସହ ‘ନାସନାଲ ଫାସିଲିଟି ଫର୍ ଜିନ୍‌ ଫାଉଣ୍ଡେସନ୍‌ ଇନ୍ ହେଲଥ ଏଣ୍ଡ୍ ଡିଜିଜ୍‌’ର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଲୋକାର୍ପିତ ଏହି ଅତ୍ୟାଧୁନିକ ସୁବିଧା ଗବେଷଣା ସହ ନବସୃଜନକୁ ବ୍ୟାପକ କରିବ । ଜୈବିକ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ ପାଥୋଜେନକୁ ବୁଝିବାରେ ସହାୟକ ହେବ । ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ବେଳେ ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବ । ଆଇଜର ପୁନେରେ ଶିଳାନ୍ୟାସ ହୋଇଥିବା ଡାଟା ସାଇନ୍ସ ବିଜ୍ଞାନ ପ୍ରତିଷ୍ଠା ହେବା ଦ୍ୱାରା କ୍ୟାମ୍ପସ ପରିସରରେ ଥିବା ପରମ ବ୍ରହ୍ମ ସୁପର କମ୍ପ୍ୟୁଟରର ବ୍ୟବହାରକୁ ବ୍ୟାପକ କରିବ । ଏହି ବିଭାଗ ଭାରତର ଭବିଷ୍ୟତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବ।

ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ମେଡିକାଲ ଶିକ୍ଷା ପାଇଁ ସହାୟକ ହେବ। ‘ନାସନାଲ ଫାସିଲିଟି ଫର୍ ଜିନ୍ ଫାଉଣ୍ଡେସନ ଇନ୍ ହେଲଥ୍ ଏଣ୍ଡ ଡିଜିଜ୍‌’ ରୋଗ ବିଷୟରେ ଗବେଷଣା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ସ୍ୱାସ୍ଥ୍ୟ ଏବଂ ଔଷଧ ପାଇଁ ନୂତନ ଜ୍ଞାନ ପ୍ରଦାନ କରିବ । ଏହି ନୂତନ ସୁବିଧା ଆଇଜରରେ ଥିବା ୧୦ଟି ଗବେଷଣା ଗ୍ରୁପ ଦ୍ୱାରା ବ୍ୟବହାର ହେବ। ଟିଆଇଏଫ୍‌ଆର୍‌, ଆୟୁଷ ମନ୍ତ୍ରଣାଳୟ, ସାବିତ୍ରୀ ବାଇ ଫୁଲେ ବିଶ୍ୱବିଦ୍ୟାଳୟ, ନାସନାଲ କେମିକାଲ ଲାବ୍ରୋଟୋରି ପୁନେ ଭଳି ସରକାରୀ ସଂସ୍ଥାକୁ ସେବା ପ୍ରଦାନ କରିବେ । ଏ ସମସ୍ତ ନୂତନ ପଦକ୍ଷେପ ଦ୍ୱାରା କ୍ୟାମ୍ପସରେ ଗବେଷଣା ଏବଂ ନବସୃଜନର ବ୍ୟାପକତାରେ ବୃଦ୍ଧି ଘଟିବ ଏବଂ ଶିକ୍ଷାଦାନରେ ମଧ୍ୟ ଉନ୍ନତି ହେବ । ଏହାସହ ଜୈବ ବିଜ୍ଞାନ, ରସାୟନ ବିଜ୍ଞାନ, ମାନବ ବିଜ୍ଞାନ ଏବଂ ଜଳବାୟୁ ବିଜ୍ଞାନରେ ଶିକ୍ଷାଦାନକୁ ଉନ୍ନତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe