ରାଜ୍ୟ ସଭାପତି, ଏଆଇସିସି ସଦସ୍ୟ ଚୟନ ପ୍ରକ୍ରିୟା: ସୋନିଆ ହିଁ ନିଷ୍ପତ୍ତି ନେବାକୁ ପ୍ରସ୍ତାବ

Advertisment
କ୍ଷମତାର ଅପବ୍ୟବହାର କରୁଥିବା ବ୍ୟକ୍ତିମାନେ ପ୍ରକୃତ ଦେଶବିରୋଧୀ: ସୋନିଆ

Image Courtesy of NDTV

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟ ସଭାପତି ଏବଂ ଏଆଇସିସି ସଦସ୍ୟ ଚୟନ ପାଇଁ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ କ୍ଷମତାପନ୍ନ କରିବା ପାଇଁ ସମସ୍ତ ରାଜ୍ୟ ସଂଗଠନ ପ୍ରସ୍ତାବ ଆଗତ କରିବାକୁ ଶୀର୍ଷ ନେତୃତ୍ବ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଭଳି ସ୍ଥିତିରେ ଆସନ୍ତା ମାସରେ ଥିବା ସାଂଗଠନିକ ନିର୍ବାଚନର ପୂରା ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କେତେକ ମହଲ ମତ ରଖିଛନ୍ତି। ତେବେ ଦଳ ସଭାପତି ଚୟନରେ ଏଭଳି ପ୍ରସ୍ତାବ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ବୋଲି କୁହାଯାଉଛି।

ସୋନିଆ ଗାନ୍ଧି ଦଳ ସଭାପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଥିବା ବେଳେ ଏବେ ରାହୁଲ ଗାନ୍ଧି ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେବା ଦଳର ଅଡ଼ୁଆ ବଢ଼ାଇଛି । ଜଣେ ଅଣ-ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ପରିବାର ଦୃଢ଼ ମତ ରଖିଥିବା ବେଳେ ଏଭଳି ସ୍ଥିତିରେ ଅଶୋକ ଗେହଲଟ ହିଁ ଅଣ-ଗାନ୍ଧି ବିକଳ୍ପ ଭାବେ ପ୍ରଥମ ପସନ୍ଦ ଭାବେ ରହିଛନ୍ତି। ସୋନିଆଙ୍କୁ ରାଜ୍ୟ ସଭାପତି ଏବଂ ଏଆଇସିସି ସଦସ୍ୟ ଚୟନ ପାଇଁ ଅଧିକାର ପ୍ରଦାନ କରିବା ନିମନ୍ତେ ପ୍ରସ୍ତାବ ଚଳିତ ମାସ ୨୦ ତାରିଖ ପୂର୍ବରୁ ପାରିତ କରିବାକୁ କୁହାଯାଇଛି। କଂଗ୍ରେସର ନିର୍ବାଚନ ପ୍ରକ୍ରିୟା ୨୨ ସେପ୍‌ଟେମ୍ବରରୁ ଆରମ୍ଭ ହେବ ଏବଂ ଅକ୍ଟୋବର ୧୭ରେ ନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe