ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ପାଇଲା ଆଇଏସ୍‌ଓ ସାର୍ଟିଫିକେଟ୍‌

ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍‌ ପାଇଛି ...

state vaccine repository became the first vaccine repository in the country to receive ISO certification

state vaccine repository became the first vaccine repository in the country to receive ISO certification Photograph: (sambad.in)

ଭୁବନେଶ୍ୱର:- ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍‌ ପାଇଛି । ଟିକାର ଉପଯୁକ୍ତ ସଂରକ୍ଷଣ, କୋଲ୍‌ଡ ଚେନ୍‌ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନ୍‌ଲାଇନ୍‌ ସଫ୍ଟୱେର ଜରିଆରେ କମ୍ପ୍ୟୁଟରୀକୃତ ରେକର୍ଡ, ପ୍ରତ୍ୟହ ଦୁଇଥର ତାପମାତ୍ରା ପରୀକ୍ଷା ଦ୍ୱାରା ଟିକାର ମାନ ବଜାୟ ରଖିବା ଓ ଶୂନ୍ୟ ଅପଚୟ ପରି ମାନକଗୁଡ଼ିକ ପାଇଁ ରାଜ୍ୟ ଟିକା ଭଣ୍ଡାରକୁ ଏହି ପ୍ରମାଣପତ୍ର ମିଳିଛି ।

ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରନ୍ତର ପ୍ରୟାସ ଓ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁ ଏହି ସଫଳତା ମିଳିପାରିଛି ।

ସଠିକ କୋଲ୍‌ଡ ଚେନ୍‌ ବ୍ୟବସ୍ଥା ଏବଂ ଟିକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଅନୁମୋଦିତ ତାପମାତ୍ରାରେ ଟିକାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ ରାଜ୍ୟ ଟିକା ଭଣ୍ଡାର, ୯ଟି ଆଞ୍ଚଳିକ ଏବଂ ୩୨ଟି ଜିଲ୍ଲା ଟିକା ଭଣ୍ଡାର ସମେତ ୧୨୬୩ଟି କୋଲ୍‌ଡ ଚେନ୍‌ କେନ୍ଦ୍ର ରହିଛି ।

ସମସ୍ତ ଟିକାର ଦୈନନ୍ଦିନ ଯୋଗାଣ ଶୃଙ୍ଖଳ ଓ ଗୁଣବତ୍ତାର ପରିଚାଳନା ପାଇଁ ସମସ୍ତ ଟୀକା ଭଣ୍ଡାରରେ ଉତ୍ତମ ତାଲିମପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି ।  

ଅଧିକ ପଢ଼ନ୍ତୁ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଡିଜିଟାଲ ଆରେଷ୍ଟ୍‌ର ଶିକାର: ୧୪ ଲକ୍ଷ ଠକିନେଲେ ଠକ

ପ୍ରତିବର୍ଷ ୯.୪ ଲକ୍ଷ ଗର୍ଭବତୀ ମହିଳା, ୭.୯ ଲକ୍ଷ ନବଜାତ ଓ ୨୮ ଲକ୍ଷ କିଶୋର-କିଶୋରୀଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ ଟିକା ଭଣ୍ଡାରଗୁଡ଼ିକ ୨.୩୬ କୋଟି ଟିକାର ଉପଯୁକ୍ତ ସଂରକ୍ଷଣ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହାକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଯତ୍ନବାନ ରହିଛି । 

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୭ଟି ଆଞ୍ଚଳିକ ଏବଂ ୨୨ଟି ଜିଲ୍ଲା ଟିକା ଭଣ୍ଡାରଆଇଏସଓ ୯୦୦୦୧-୨୦୧୫ ପ୍ରମାଣପତ୍ର ପାଇସାରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକ ସମ୍ପର୍କ ଅଧିକାରୀ  ସୌରଭ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ୩୦୦ କୋଟି ପାର୍ କଲା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe