DNA India
ନୂଆଦିଲ୍ଲୀ: ୨୪ ଏପ୍ରିଲରୁ ପବିତ୍ର ରମ୍ଜାନ ଆରମ୍ଭ ହେଉଥିବାରୁ ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭୀ ଏବଂ ସେଣ୍ଟ୍ରାଲ ୱକଫ୍ କାଉନ୍ସିଲ ପକ୍ଷରୁ ରାଜ୍ୟ ୱକଫ୍ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି। ସମସ୍ତ ରାଜ୍ୟର ୱକଫ୍ ବୋର୍ଡ ରମଜାନ ସମୟରେ ଲକ୍ଡାଉନ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନକ୍ଭୀ କହିଛନ୍ତି। ଏହି ସମୟରେ ସାମାଜିକ ଦୂରତ୍ବ ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ବୋର୍ଡମାନଙ୍କୁ ନକ୍ଭୀ କହିଛନ୍ତି ଯେ ଏହି ସମୟରେ ସମସ୍ତ ଧାର୍ମିକ ଆୟୋଜନ ନିଜ ନିଜ ଘରେ ହିଁ କରିବାକୁ ପଡ଼ିବ ଏବଂ ଏଥିରେ ସାମାଜିକ ଦୂରତ୍ବ ରକ୍ଷା ପ୍ରତି ଅଧିକ ସତର୍କ ରହିବାକୁ ହେବ। ସୂଚନାଯୋଗ୍ୟ ପଂଜିକୃତ ମସ୍ଜିଦ୍, ଇଦ୍ଗାହ, ଇମାମୱାଡ଼ା, ଦରଘା ଏବଂ ଅନ୍ୟ ଧାର୍ମିକ ସାମାଜିକ ସଂଗଠନ ରାଜ୍ୟ ୱକଫ୍ ବୋର୍ଡ ଅଧୀନରେ ଆସୁଛି।
Follow Us