ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରିବ: କ୍ୟାବିନେଟ୍‌ ପ୍ରସ୍ତାବକୁ ଉପରାଜ୍ୟପାଳଙ୍କ ମଞ୍ଜୁରି

Advertisment

ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ।  ଓମାର ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ନବ ନିର୍ବାଚିତ ସରକାର ଏ ବାବଦରେ ପାରିତ କରିଥିବା ପ୍ରସ୍ତାବକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମଂଜୁରି ଦେଇଛନ୍ତି।

ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ।  ଓମାର ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ନବ ନିର୍ବାଚିତ ସରକାର ଏ ବାବଦରେ ପାରିତ କରିଥିବା ପ୍ରସ୍ତାବକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମଂଜୁରି ଦେଇଛନ୍ତି।

gjdgjgdgjgjgj

ଶ୍ରୀନଗର: ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ।  ଓମାର ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ନବ ନିର୍ବାଚିତ ସରକାର ଏ ବାବଦରେ ପାରିତ କରିଥିବା ପ୍ରସ୍ତାବକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମଂଜୁରି ଦେଇଛନ୍ତି।  ଜମ୍ମୁ-କଶ୍ମୀରବାସୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ଏବଂ  ରାଜ୍ୟ ମାନ୍ୟତା ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏ ବାବଦରେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଓମାର ଅବୁଦୁଲ୍ଲା ଆଲୋଚନା କରିବେ।   ଜମ୍ମୁ-କଶ୍ମୀର କ୍ୟାବିନେଟ୍ ନଭେମ୍ବର ୪ରେ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଡକାଇବାକୁ ନିଷ୍ପତ୍ତି ନେଇଛି ଏବଂ ଗୃହକୁ ସମ୍ବୋଧିତ କରିବାକୁ ଉପରାଜ୍ୟପାଳଙ୍କୁ ଆମନ୍ତ୍ରଣ କରିଛି।

ପ୍ରଥମ ଅଧିବେଶନ ଆରମ୍ଭରେ ହିଁ ରାଜ୍ୟମାନତା ଫେରିବା ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା ହେବ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଓମାର ଅବଦୁଲ୍ଲା ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍‌ଫରେନ୍ସ(ଜେକେଏନ୍‌ସି)-କଂଗ୍ରେସ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନ୍‌ସି ୪୨ଟି ଆସନରେ ବିଜୟୀ ହୋଇଥିବା ବେଳେ  କଂଗ୍ରେସ ମାତ୍ର ୬ଟି ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe