ଚର୍ଚ୍ଚାରେ ଆମେରିକାର ପୂର୍ବ ରାଷ୍ଟ୍ରପତି ଜର୍ଜ ବୁଶ୍‌ଙ୍କ ବୟାନ: ଇରାକ୍‌ ଆକ୍ରମଣକୁ ବର୍ବର ଓ ଅନ୍ୟାୟ କହିଲେ

Advertisment

ପରେ କହିଲେ-‘ମୁଁ କହିବା ଅର୍ଥ ୟୁକ୍ରେନ୍‌’

ପରେ କହିଲେ-‘ମୁଁ କହିବା ଅର୍ଥ ୟୁକ୍ରେନ୍‌’

ଚର୍ଚ୍ଚାରେ ଆମେରିକାର ପୂର୍ବ ରାଷ୍ଟ୍ରପତି ଜର୍ଜ ବୁଶ୍‌ଙ୍କ ବୟାନ: ଇରାକ୍‌ ଆକ୍ରମଣକୁ ବର୍ବର ଓ ଅନ୍ୟାୟ କହିଲେ

Reuters

ୱାସିଂଟନ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଳୁ ବୁଶ୍‌ ଇରାକ୍‌ ଆକ୍ରମଣକୁ ଭୁଲ୍‌କ୍ରମେ ‘ବର୍ବର, କ୍ରୁରତାପୂର୍ଣ୍ଣ ଓ ଅନ୍ୟାୟ‘ ବୋଲି ବର୍ଣ୍ଣନା କରିଛନ୍ତି। ଇରାକ୍‌କୁ ୟୁକ୍ରେନ୍‌ ଭାବେ ଗ୍ରହଣ କରି ଏଥିରେ ସଂଶୋଧନ କରିବା ପୂର୍ବରୁ ଇରାକ୍‌ ଆକ୍ରମଣ କିଭଳି ସଂପୂର୍ଣ୍ଣ ‘ଅନ୍ୟାୟୋଚିତ’ ସେ ନେଇ ବୁଶ ତାଙ୍କର ଲମ୍ବା ବୟାନ ରଖି ସାରିଥିଲେ। ଯେତେବେଳେ ବୁଶ୍‌ ତାଙ୍କ ତ୍ରୁଟି ସଂପର୍କରେ ଜାଣିଲେ ତା’ପରେ ସେ କହିଥିଲେ- ମୁଁ କହିବା ଅର୍ଥ ଇରାକ୍‌ ନୁହେଁ ୟୁକ୍ରେନ୍‌। ବୁଶ୍‌ ଡଲାସ୍‌ରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ତାଙ୍କ ଭାଷଣର ଏକ ବଡ଼ ଅଂଶରେ ୟୁକ୍ରେନ୍‌ ବଦଳରେ ଇରାକ୍‌ ଯୁଦ୍ଧ କଥା କହି ଏହାର କଡ଼ା ସମାଲୋଚନା କରିବା ସମସ୍ତଙ୍କୁ ବିସ୍ମିତ କରିଥିଲା ଏବଂ ପ୍ରବଳ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଏହାପରେ ବୁଶ୍‌ ନିଜ ଭୁଲ୍‌ ବୁଝିପାରି ଏଥିରେ ସଂଶୋଧନ କରିଥିଲେ ଏବଂ ତାଙ୍କୁ ୭୫ ବର୍ଷ ହେଲାଣି ବୋଲି କହିଥିଲେ। ବୁଶ୍‌ ତାଙ୍କ ବୟାନରେ ରୁଷ୍‌ ରାଷ୍ଟ୍ରପତି ଓ ଏହାର ରାଜନୈତିକ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିଥିଲେ। ସୂଚନାଯୋଗ୍ୟ, ବୁଶ୍‌ ରାଷ୍ଟ୍ରପତି ଥିବା ବେଳେ ୨୦୦୩ରେ ଇରାକ୍‌ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ପ୍ରାୟ ୬୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକେ ବିସ୍ଥାପିତ ହାଇଥିଲେ। ଇରାକ୍‌ ଗଣବିଧ୍ବଂସୀ ଅସ୍ତ୍ର ରଖିଛି ବୋଲି ଦର୍ଶାଇ ଆମେରିକା ଏହି ଆକ୍ରମଣ କରିଥିବା ବେଳେ ଇରାକ୍‌ରୁ ଏଭଳି କୌଣସି ଅସ୍ତ୍ର ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe