ଟିକା କମିଟି ମୁଖ୍ୟଙ୍କ ବୟାନ, ଟିକା ବଞ୍ଚାଇବା ପାଇଁ ବିଳମ୍ବ କରାଯାଇଛି

Advertisment
କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦିଅନ୍ତୁ ... ଏ ପ୍ରସଙ୍ଗରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ପାଇଁ ନବୀନଙ୍କ ଉଦ୍ୟମ

image credit : pixabay

ନୂଆଦିଲ୍ଲୀ: କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ବିଳମ୍ବରେ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦେଶରେ କରୋନା ଟିକାର ଅଭାବ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସରକାରଙ୍କ ଟିକା କମିଟି ମୁଖ୍ୟ କହିଛନ୍ତି। ଏପରିକି ପ୍ର‌‌ଥମେ ଯେଉଁମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି ସେମାନଙ୍କୁ ଟିକା ନଦେବା ପର୍ଯ୍ୟନ୍ତ ସବୁ ସାବାଳକଙ୍କୁ ଟିକାକରଣ ଅଭିଯାନ ଘୋଷଣା କରାଯିବାର ନଥିବା ବୋଲି‌ ସେ ମତ ଦେଇଛନ୍ତି। କରୋନା ପରିଚାଳନା କରିବାରେ ମୋଦୀ ସରକାର ବିଫଳ ହୋଇ ସବୁଆଡ଼ୁ ସମାଲୋଚନାର ଶିକାର ହେବା ପରେ ମେ ୧ ତାରିଖରୁ ସବୁ ସାବାଳକଙ୍କ ପାଇଁ ଟିକାକରଣ ଆରମ୍ଭ କରିଦେଇଛନ୍ତି।

କେନ୍ଦ୍ର ସରକାର ଗତ ବୁଧବାର ନିୟମ କରିଛନ୍ତି ଯେ, କରୋନାରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିମାନେ ୩ ମାସ ପରେ ଟିକା ନେବାକୁ ଆସିବା ଉଚିତ। ପୂର୍ବରୁ ସେମାନଙ୍କୁ ମାସେ ପରେ ଟିକା ନେବାକୁ କୁହାଯାଉଥିଲା। ତେବେ ଏହି ପରିବର୍ତ୍ତନର କୌଣସି କାରଣ ଦର୍ଶାଯାଇନାହିଁ। ତେବେ ଟିକା ବଞ୍ଚାଇବା ପାଇଁ ଏହା କରାଯାଇଛି ବୋଲି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅନ୍‌ ଇମ୍ୟୁନାଇଜେସନ ମୁଖ୍ୟ ନରେନ୍ଦ୍ର କୁମାର ଅରୋରା ରଏଟର୍ସକୁ ଶୁକ୍ରବାର କହିଛନ୍ତି ଯେ ଆମେ ଏହାକୁ ୩ ମାସ, ୬ ମାସ ଏବଂ ୯ ମାସ ବିଳମ୍ବ କରିବା ଉପରେ ଆଲୋଚନା କରିଥିଲୁ। କିନ୍ତୁ ଶେଷରେ ନିଷ୍ପତ୍ତି ନେଲୁ ଯେ ୩ ମାସ କରାଗଲେ ଏହାକୁ ପରିଚାଳନା କରାଯାଇ ପାରିବ। ତେଣୁ ବର୍ତ୍ତମାନ ଏହାକୁ ୩ ମାସ କରାଯାଇଛି। ୪୫ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ଠାରେ ମୃତ୍ୟୁ ହାର କିମ୍ବା ବିଭିନ୍ନ ଜଟିଳ ରୋଗର ହାର ୭୫ ପ୍ରତିଶତ ରହିଥିବାରୁ ସେମାନଙ୍କୁ ପ୍ରଥମେ ଟିକାକରଣ କରିବା ପାଇଁ ତାଙ୍କ କମିଟି କହିଥିଲା। କିନ୍ତୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଗତ ଏପ୍ରିଲ ୧୯ ତାରିଖରେ କମିଟିକୁ କହିଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ସାବାଳକଙ୍କୁ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe