ୱାସିଂଟନ: ପେଣ୍ଟାଗନର ପୂର୍ବତନ ଅଧିକାରୀ ତଥା ସାମରିକ ବିଶେଷଜ୍ଞ ମାଇକେଲ୍ ରୁବିନ କହିଛନ୍ତି ଯେ, ପାକିସ୍ତାନ ସହିତ ଆମେରିକା ଘନିଷ୍ଠ ସମ୍ପର୍କ ବଜାୟ ରଖିବା ପଛରେ କୌଣସି ରଣନୀତିକ ତର୍କ ନାହିଁ। ଏହା ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀ ହେବା ଉଚିତ ନୁହେଁ। ବରଂ ଏହାକୁ ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଭାବରେ ନାମିତ କରାଯିବା ଉଚିତ। ଯଦି ଅସୀମ ମୁନିର ଆମେରିକା ଆସନ୍ତି, ତେବେ ତାଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ ଗିରଫ କରାଯିବା ଉଚିତ। ରୁବିନ ଆହୁରି କହିଛନ୍ତି ଯେ, ଆମେରିକା ଭାରତ ଉପରେ ରୁଷ୍ ତୈଳ କ୍ରୟକୁ ନେଇ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବାରୁ ଏଥପାଇଁ ଭାରତକୁ କ୍ଷମା ମାଗିବା ସହ ଅତିରିକ୍ତ ଶୁଳ୍କ ପ୍ରତ୍ୟାହାର କରିବା ଉଚିତ। 

Advertisment

Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ସେ କହିଛନ୍ତି ଯେ, ଯଦିଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମା ମାଗିବାକୁ ପସନ୍ଦ କରିବେ ନାହିଁ, ତଥାପି ଆମେରିକାର ସ୍ୱାର୍ଥ ବ୍ୟକ୍ତିଗତ ପସନ୍ଦଠାରୁ ଅଧିକ। ଆମେରିକା ଓ ବିଶ୍ୱ ଗଣତନ୍ତ୍ରର ସ୍ୱାର୍ଥ ଜଣେ ବ୍ୟକ୍ତିର ଅହଂକାର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରୁବିନ କହିଛନ୍ତି। ଗତ କିଛି ମାସ ମଧ୍ୟରେ ବାଣିଜ୍ୟିକ ଉତ୍ତେଜନା ବୃଦ୍ଧି ପାଇଛି, ଆମେରିକା ଭାରତୀୟ ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ ପାକିସ୍ତାନୀ ରପ୍ତାନି ୧୯ ପ୍ରତିଶତ ଶୁଳ୍କର ସମ୍ମୁଖୀନ ହୋଇଛି। ଖଣିଜ ପଦାର୍ଥ ଓ ତୈଳ ଅନୁସନ୍ଧାନ ପାଇଁ ମଧ୍ୟ ଆମେରିକା ପାକିସ୍ତାନ ସହ ଚୁକ୍ତିନାମା ସ୍ୱାକ୍ଷର କରିଛି। ଇତିମଧ୍ୟରେ ମୁନିର ପାକିସ୍ତାନର ପରମାଣୁ ନିୟନ୍ତ୍ରଣ ସଂପୂର୍ଣ୍ଣ ଭାବେ ନିଜ ହାତକୁ ନେଇଛନ୍ତି ।

Indian Railways: ହାଓଡ଼ା-ସିଆଲଦା ସମେତ ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବ ଉତ୍ତର ପୂର୍ବ ରେଳପଥ