ୟୁକ୍ରେନ୍ ପ୍ରସଙ୍ଗରେ ରୁଷ୍‌ ବିଦେଶ ମନ୍ତ୍ରୀଙ୍କ ବୟାନ: ଜି-୨୦ରେ ଅଣଦେଖା କଲେ ମିଳିତ ବିବୃତିକୁ ରୋକିବୁ

Advertisment
ଆମେରିକାକୁ ପୁଟିନଙ୍କ ଚେତାବନୀ: ରୁଷ୍‌ ସହ ଲଢ଼ିଲେ ସଂପୂର୍ଣ୍ଣ ଭିନ୍ନ ଯୁଦ୍ଧ ହେବ

ନୂଆଦିଲ୍ଲୀ: ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାଭରୋଭ ଜି-୨୦ ସମ୍ମିଳନୀରେ ରୁଷ୍‌କୁ ପ୍ରତିନିଧିତ୍ବ କରିବେ। ଶୁକ୍ରବାର ଦିନ ସେ ଏକ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଜି-୨୦ ମିଳିତ ବିବୃତିରେ ୟୁକ୍ରେନ୍‌ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ରୁଷ୍‌ର ମତାମତ ପ୍ରତିଫଳିତ ନହୁଏ ତେବେ ରୁଷ୍ ଏହି ମିଳିତ ବିବୃତିକୁ ଅଟକାଇବ। ଲାଭରୋଭ କହିଛନ୍ତି, ଯଦି ଆମ ସ୍ଥିତି ସ୍ପଷ୍ଟ କରାନଯାଏ ତେବେ ସମସ୍ତ ରାଷ୍ଟ୍ର ପକ୍ଷରୁ କୌଣସି ମିଳିତ ବିବୃତି ଜାରି ହେବନି।

ମିଳିତ ବିବୃତିରେ ୟୁ‌କ୍ରେନ ପ୍ରସଙ୍ଗ ରହୁ ବୋଲି ରୁଷ୍‌ ଆଗୁଆ ଦାବି କରିଥିବା ବେଳେ ଏଥିରେ ନିଜର ମତ ପ୍ରତିଫଳିତ କରିବାକୁ ଚାହିଛି। ଇତିମଧ୍ୟରେ ଦିଲ୍ଲୀରେ ରୁଷ୍‌ ରାଷ୍ଟ୍ରଦୂତ ଡେନିସ ଆଲିପଭ କହିଛନ୍ତି, ୟୁକ୍ରେନ ପ୍ରସଙ୍ଗକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରସଙ୍ଗରେ ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ‌ରହିଛି। ତେଣୁ ସମ୍ମିଳନୀରେ ମିଳିତ ବିବୃତି ଜାରି କରିବାପାଇଁ ଏଥିରୁ ବିବାଦୀୟ ବିଷୟବସ୍ତୁକୁ ହଟାଯିବ। ରୁଷ୍‌ ରାଷ୍ଟ୍ରଦୂତ କହିଛନ୍ତି, ଭାରତର ଜି-୨୦ ଅଧ୍ୟକ୍ଷତାକୁ ରୁଷ୍‌ ପୂର୍ଣ୍ଣ ସମର୍ଥନ କରୁଛି ଏବଂ ଆଶା କରାଯାଉଛି ଯେ ସମ୍ମିଳନୀ ଭାରତ ଏବଂ ସମଗ୍ର ବିଶ୍ବ ପାଇଁ ଏକ ବଡ଼ ସଫଳତା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe