ବିପଦରେ ରାଜ୍ୟର ୩୭ କିମି ସମୁଦ୍ର କୂଳ

Advertisment

ଶୂନ୍ୟକାଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ଭର୍ତ୍ତୃହରି

ଶୂନ୍ୟକାଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ଭର୍ତ୍ତୃହରି

ବିପଦରେ ରାଜ୍ୟର ୩୭ କିମି ସମୁଦ୍ର କୂଳ

YourStory

ନୂଆଦିଲ୍ଲୀ : ଉଚ୍ଚ ଜୁଆର ଏବଂ ଢେଉ ଦ୍ବାରା ଓଡ଼ିଶାର ସମୁଦ୍ର ଉପକୂଳ କ୍ଷତିଗ୍ରସ୍ତ ହେଉଛି। ଗତ ୨୮ ବର୍ଷ ହେଲା ରାଜ୍ୟର ମୋଟ ସମୁଦ୍ର କୂଳ ମଧ୍ୟରୁ ୭.୫ ପ୍ରତିଶତ ଅଞ୍ଚଳ ଅଧିକ ବିପଦର ସମ୍ମୁଖୀନ ହୋଇଛି ବୋଲି ଲୋକସଭାରେ ଶୂନ୍ୟକାଳରେ ‌ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଉଠାଇଛନ୍ତି।

publive-image Prokerala.com

ନ୍ୟାସନାଲ ସେଣ୍ଟର ଫର୍‌ ଓସନ୍ ଇନଫର୍ମେସନ ସର୍ଭିସେସ୍ (ଆଇଏଲସିଓଆଇଏସ୍‌) ଏବଂ ନ୍ୟାସନାଲ ସେଣ୍ଟର ଫର୍ କୋଷ୍ଟାଲ୍ ରିସର୍ଚ୍ଚ (ଏନସିସିଆର୍‌) ପକ୍ଷରୁ ମିଳିତଭାବେ ହୋଇଥିବା ଅନୁଧ୍ୟାନକୁ ଆଧାର କରି ସେ ଏହି ତଥ୍ୟ ରଖିଛନ୍ତି। ସେ କହିଛନ୍ତି, ଉଭୟ ପ୍ରତିଷ୍ଠାନ ପକ୍ଷରୁ ସମୁଦ୍ର କୂଳ ଅସୁରକ୍ଷିତ ସୂଚୀ (ସିଭିଆଇ) ମାନଚିତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ଓଡ଼ିଶାର ୩୭ କିମି ସମୁଦ୍ର କୂଳ ବିପଦରେ ରହିଛି। ଅର୍ଥାତ ରାଜ୍ୟର ମୋଟ ୪୮୦ କିମି ବିଶିଷ୍ଟ ସମୁଦ୍ର କୂଳ ମଧ୍ୟରୁ ୭.୫ ପ୍ରତିଶତ ଅଞ୍ଚଳ ପାଇଁ ବିପଦ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା, ପେଣ୍ଠ ଏବଂ ଗହିରମଥା, ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବନ୍ଦର ଉତ୍ତର ଏବଂ ଜଗତସିଂହପୁର ଜିଲ୍ଲାର ସହସାଦାବେଦୀ ସମୁଦ୍ର କୂଳ ସବୁଠୁ କ୍ଷୟ ହେଉଛି। ସମୁଦ୍ର କ୍ଷୟରୁ କୂଳକୁ ରକ୍ଷା କରିବା ଏବଂ ସେସବୁ ଅଞ୍ଚଳରେ ବାସ କରୁଥିବା ଲୋକ ଏବଂ ପରିସଂସ୍ଥାନରେ ଉନ୍ନତି ଆଣିବା ଏବଂ ଜୀବିକାକୁ ସୁରକ୍ଷା ଦେବା ପାଇଁ ପରିବେଶ ଅନୁକୂଳ ପଦକ୍ଷେପ ନେବାପାଇଁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe