କୋଭିଡ ମାମଲା ହ୍ରାସ ପରେ କେନ୍ଦ୍ରର ନିର୍ଦ୍ଦେଶ: ରାଜ୍ୟମାନେ ସମୀକ୍ଷା କରି କଟକଣା ହଟାଇପାରିବେ

Advertisment

ମେଟ୍ରୋଗୁଡ଼ିକରେ ତୃତୀୟ ଲହର ଶେଷ ହୋଇଛି: ସିଏସ୍‌ଆଇଆର୍‌

ମେଟ୍ରୋଗୁଡ଼ିକରେ ତୃତୀୟ ଲହର ଶେଷ ହୋଇଛି: ସିଏସ୍‌ଆଇଆର୍‌

କୋଭିଡ ମାମଲା ହ୍ରାସ ପରେ କେନ୍ଦ୍ରର ନିର୍ଦ୍ଦେଶ: ରାଜ୍ୟମାନେ ସମୀକ୍ଷା କରି କଟକଣା ହଟାଇପାରିବେ

india.com

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଦୈନିକ ପଞ୍ଜୀକୃତ ହେଉଥିବା ମାମଲା ସଂଖ୍ୟାରେ ମଧ୍ୟ କ୍ରମାଗତ ହ୍ରାସ ପାଇଛି। ରାଜ୍ୟ ସରକାରମାନଙ୍କ ଦ୍ୱାରା କରୋନା କଟକଣା କୋହଳ କରାଯାଉଛି। ଏସବୁ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ରାଜ୍ୟମାନେ କୋଭିଡ ନିୟମ ଏବଂ ଅତିରିକ୍ତ କଟକଣାକୁ ସମୀକ୍ଷା କରି ପରିସ୍ଥିତି ଦେଖି କଟକଣା ହଟାଇ ଦେଇପାରିବେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଭାରତରେ କୋଭିଡ୍‌-୧୯ ମହାମାରୀ ଜାନୁଆରି ୨୧ ତାରିଖରୁ କ୍ରମାଗତ ହ୍ରାସ ପାଉଛି। ଏଭଳି ସ୍ଥିତି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସ୍ଥିତି ସମୀକ୍ଷା କରି କଟକଣା କୋହଳ କରିପାରିବେ କିମ୍ବା ହଟାଇ ଦେଇପାରିବେ। ଅନ୍ୟପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ କରୋନାର ତୃତୀୟ ଲହର ଶେଷ ହୋଇଛି ଏବଂ ସ୍ଥିତି ସଂୂପଣ୍ବର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି ସିଏସ୍‌ଆଇଆର ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡାକ୍ତର ଅନୁରାଗ ଅଗ୍ରୱାଲ କହିଛନ୍ତି। ଭାଇରସ୍‌ରେ ସେଭଳି ‌କୌଣସି ବଡ଼ ପରିବର୍ତ୍ତନ ଦେଖାନଗଲେ ସଂକ୍ରମଣ ପୁନର୍ବାର ବଢ଼ିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe