ରାଜ୍ୟମାନଙ୍କୁ ଏସ୍‌ଡିଆରଏଫ୍‌ ପାଣ୍ଠି ଅନ୍ତର୍ଗତ ରିଲିଜ୍ କରାଯାଇଛି ୨୩,୦୦୦ କୋଟି ଟଙ୍କା

Advertisment
ଘରେ ଘରେ ଯୋଦ୍ଧା ତିଆରି ହେବେ, ଏଣିକି ପିଲା ପଢ଼ିବେ ବିପର୍ଯ୍ୟୟ ମୁକାବିଲା

The Hindu

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୧-୨୨ ପାଇଁ ରାଜ୍ୟ ବିପର୍ଯ୍ୟାୟ ରେସପନ୍ସ ପାଣ୍ଠି (ଏସ୍‌ଡିଆରଏଫ୍) ପାଇଁ ୨୩,୦୦୦ କୋଟି ଟଙ୍କା ଆବଣ୍ଟନ କରି ସାରିଛନ୍ତି। ଏଥିରୁ ଅଧା ଅର୍ଥ ଅର୍ଥାତ୍ ୫୦ ପ୍ରତିଶତ ରାଶି ରାଜ୍ୟମାନେ କରୋନା ମହାମାରୀ ପରିଚାଳନା ପାଇଁ ଖର୍ଚ୍ଚ କରିପାରିବେ।

ଗତ ବର୍ଷ ୨୦୨୦-୨୧ ରେ କେନ୍ଦ୍ର ସରକାର (ଏସ୍‌ଡିଆରଏଫ୍) ପାଣ୍ଠି ଅନ୍ତର୍ଗତ ରାଜ୍ୟମାନଙ୍କୁ ୨୯,୦୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ଆବଣ୍ଟନ କରାଯାଇଥିବା ଏସ୍‌ଡିଆରଏଫ୍ ପାଣ୍ଠିର ସଠିକ ଉପଯୋଗ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡିଶା ପର୍ଯ୍ୟାପ୍ତ ରୂପେ କରିଥିବା ଜଣାପଡିଛି। ଓଡିଶା ଦ୍ବାରା ବିପର୍ଯ୍ୟୟର ଗମ୍ଭୀରତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରତିରୋଧ କ୍ଷମତା ପୂର୍ଣ୍ଣ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସଫଳ ରହିଛି। ନିକଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ ମିଟିଗେସନ୍ ପଦକ୍ଷେପ ପାଇଁ ସଂଯୁକ୍ତ ରାଷ୍ଟ୍ର ବିପର୍ଯ୍ୟୟ ରିସ୍କ ରିଡକ୍ସନ ମୁଖ୍ୟଙ୍କ କାର୍ଯ୍ୟାଳୟରୁ ପ୍ରଶଂସା ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe