ପାହାଡ଼ି ରାଜ୍ୟରେ ପ୍ରଳୟର ପଦଚିହ୍ନ: ଜୀବନ ବିକଳରେ ବୁଲିଯିବାକୁ କାହାରି ଆଉ ହେଉନି ମନ…!

ହିମାଚଳ ପ୍ରଦେଶ କୁହନ୍ତୁ କି ଉତ୍ତରାଖଣ୍ଡ ଅବା ହେଉ ଜାମ୍ମୁ କାଶ୍ମୀର… ସବୁ ସ୍ଥାନକୁ ଲୋକେ ବୁଲିବାକୁ ଯାଉଥିବା ବେଳେ ଏବେ କିନ୍ତୁ ସେହି ପର୍ଯ୍ଯଟନସ୍ଥଳୀ ଆତଙ୍କସ୍ଥଳୀରେ ପରିଣତ ହେବାକୁ ବସିଛି... ପ୍ରକୃତିର କରାଳ ରୂପ ଦେଖି ସମସ୍ତେ ଭୟଭୀତ

New Project (27)

ନୂଆଦିଲ୍ଲୀ: ଧାଁ ଦୌଡ଼ର ଜୀବନରୁ ଫୁରସତ ପାଇଁ ହେଉ ଅବା ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଟିକେ ଶାନ୍ତି ଖୋଜିବାକୁ ମଣିଷ ପ୍ରକୃତି କୋଳକୁ ଧାଏଁ । କୁହାଯାଏ ଜୀବନ ପ୍ରକୃତି କୋଳରେ ଅଧିକ ଜୀବନ୍ତ ହୁଏ, ପ୍ରାକୃତିକ ସୌନ୍ଦର୍ଯ୍ଯ ଜୀବନକୁ ଖୁସି ଦିଏ, ମଣିଷକୁ ଜିଇଁବା ପାଇଁ ନୂଆ ଆଶା-ଉତ୍ସାହ ଦିଏ । ତେଣୁ ତ ମଣିଷ ଟିକେ ଫାଙ୍କା ପାଇଲେ ଫୁର୍ତ୍ତି କରିବାକୁ, ଜୀବନକୁ ମନଭରି ଉପଭୋଗ କରିବାକୁ ପ୍ରକୃତି ପାଖକୁ ଧାଏଁ । ପ୍ରକୃତିର ସୌନ୍ଦର୍ଯ୍ଯ ଭରା ରାଜ୍ୟକୁ ବୁଲାବୁଲି ପାଇଁ ଯାଏଁ । ପ୍ରେମିକ-ପ୍ରେମିକା, ନବ ବିବାହିତ ଦମ୍ପତ୍ତି ତ ସିମଲା ମନାଲିରେ ସମୟ ବିତାଇବାକୁ ଧାଇଁ ଯାଆନ୍ତି । ନିଜକୁ ଟିକେ ସମୟ ଦେଇ ସମ୍ପର୍କକୁ ଟିକେ ସେଇଠି ମନ ଭରି ଉପଭୋଗ କରିବାକୁ ଟ୍ରିପରେ ଯାଆନ୍ତି । ଆଉ ତୀର୍ଥ ଯାତ୍ରୀମାନେ ଦେବଭୂମି ଉତ୍ତରାଖଣ୍ଡ ବୁଲିଯାଆନ୍ତି । ହିମାଚଳ ପ୍ରଦେଶ କୁହନ୍ତୁ କି ଉତ୍ତରାଖଣ୍ଡ ଅବା ହେଉ ଜାମ୍ମୁ କାଶ୍ମୀର… ସବୁ ସ୍ଥାନକୁ ଲୋକେ ବୁଲିବାକୁ ଯାଉଥିବା ବେଳେ ଏବେ କିନ୍ତୁ ସେହି ପର୍ଯ୍ଯଟନସ୍ଥଳୀ ଆତଙ୍କସ୍ଥଳୀରେ ପରିଣତ ହେବାକୁ ବସିଛି ।

New Project (1)

ଆପଣ ଯଦି ଚଳିତ ବର୍ଷର କିଛି ମାସ ତଳର କଥାକୁ ଅନୁଧ୍ଯାନ କରିବେ କିମ୍ବା ଆଜି ଯାଏଁ ସମସ୍ତ ଘଟଣାକ୍ରମକୁ ଦେଖିବେ ତାହାଲେ ସମସ୍ତ ପର୍ଯ୍ଯଟନସ୍ଥଳୀରେ ଲୋକେ ଭୟ ଆତଙ୍କ ଭିତରେ ରହୁଛନ୍ତି । ଲୋକେ ଉକ୍ତ ସ୍ଥାନକୁ ବୁଲି ନଯାଇ ବରଂ ଘରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି । ଯେଉଁଠି ଦିନେ ଲୋକଙ୍କ ଭିଡ ଲାଗୁଥିଲା, ପର୍ଯ୍ଯଟକଙ୍କ ଗହଳି ଲାଗୁଥିଲା ଆଜି ଅବଶ୍ୟ ସେଠାରେ ସେମିତି ଗହଳି ହେଉଛି ମାତ୍ର କେଉଁଠି ନା କେଉଁଠି ଟିକେ ଲୋକଙ୍କ ସମାଗମ କମୁଛି । ଆଉ ତାର ଏକମାତ୍ର କାରଣ ହେଉଛି ପ୍ରାକୃତିକ ଦୁର୍ବିପାକ । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ କେତେବେଳେ କେଉଁ ମୁହୂର୍ତ୍ତରେ କଣ ହେଉଛି କିଛି ବି କହି ହେଉନି ।

କେତେବେଳେ ବୁଲିବାକୁ ଯାଇଥିବା ଲୋକଙ୍କ ଉପରେ ପାହାଡି ବନ୍ୟା ମାଡି ଯାଉଛି ତ ପୁଣି କେଉଁଠି ବାଦଲଫଟା ବର୍ଷା କାରଣରୁ ଗୋଟେ ଗୋଟେ ଗାଁ ଭାସି ଯାଉଛି, ମାଟି ତଳେ ପୋତି ଯାଉଛି । ଯେଉଁଠି ହୋଟେଲରେ, କାହା ଘରେ ରହିଥିବା ପର୍ଯ୍ଯଟକ ପୋତି ହୋଇ ଜୀବନ ହରାଉଛନ୍ତି । ପାହାଡ଼ ରାଣୀ ଭାବେ ପରିଚିତ ହିମାଚଳରେ ତାଣ୍ଡବ ରଚୁଛି ପ୍ରକୃତି । କୁଲୁ, ମଣ୍ଡି ଏବଂ ରାମପୁର ସମେତ ଅନେକ ସ୍ଥାନରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି କରିଛି । ବର୍ଷାରେ ଅନେକ ଘର ଧୋଇ ଯାଇଛି । ରାସ୍ତା ଭାଙ୍ଗିଛି, ପୋଲ ଭାସିଛି, ଗୋଟେ ଗୋଟେ ବଜାର ବି ଧୋଇ ଯାଇଛି । ଏପରି ସ୍ଥଳରେ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ଯଟକ ମଧ୍ଯ ଫସି ରହିଥିବା ଖବର ଆସିଛି । ଉତ୍ତରାଖଣ୍ଡରେ ବି ସେହି ସମାନ ସ୍ଥିତି ।

New Project (3)

ଗତକାଲି ଠାରୁ ଆଜି ଯାଏଁ ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ସିମଲାରେ ବି ବର୍ଷା ଜନିତ ବନ୍ୟା ଏବଂ ଭୂସ୍କଳନ ଜନଜୀନକୁ ଅସ୍ତବ୍ୟସ୍ତ କରିଛି । ତାସହ ପର୍ଯ୍ଯଟକଙ୍କ ପାଇଁ ବି ସମସ୍ୟା ସୃଷ୍ଟି କରିଛି ।ଖାଲି ଏବେ ନୁହେଁ ମୌସୁମୀ ବର୍ଷା ଯେବେ ଠାରୁ ଆରମ୍ଭ ହୋଇଛି ଦେଶର ବିଭିନ୍ନ ପର୍ଯ୍ଯଟନସ୍ଥଳୀରୁ ଏସବୁ ଅଘଟଣର ଖବର, ପ୍ରାକୃତିକ ବିପର୍ଯ୍ଯୟର ଖବର ଆସୁଛି ।

ପାହାଡି ଇଲାକା ବୁଲିବାକୁ ଯାଇ ପର୍ଯ୍ଯଟକ ଖାଲି ପ୍ରକୃତିର କୋପର ଶିକାର ହେଉ ନାହାନ୍ତି ବରଂ ଆତଙ୍କୀଙ୍କ ହମଲାର ବି ଶିକାର ହୋଇଛନ୍ତି । ବଡ ଉଦାହରଣ ପହଲଗାମ୍ । କାଶ୍ମୀର ବୁଲିବାକୁ ଯାଇଥିବା ନୀରିହ ପର୍ଯ୍ଯଟକଙ୍କ ଉପରେ କେମିତି ଆତଙ୍କବାଦୀ ଗୁଳି ଚଳାଇ ଜୀବନ ନେଇଗଲେ ତାହା ଦେଖିଛି ଏ ଦୁନିଆ । ତେଣୁ ଏସବୁ ଘଟଣାକୁ ଲକ୍ଷ୍ୟ ରଖି କେହି କେହି କହୁଛନ୍ତି- ବରଂ ନବୁଲେ କିନ୍ତୁ ବଞ୍ଚିକି ଥାଏ । ପାଣିରେ ମରିବାକୁ କି ଭୂସ୍କଳନରେ ମରିବାକୁ ଅବା ଗୁଳିରେ ମରିବାକୁ ଇଚ୍ଛା ନାହିଁ । ଘରେ ରୁହ, ସୁରକ୍ଷିତ ରୁହ ବୋଲି ବି କେହି କେହି କହି ଉପରୋକ୍ତ ପ୍ରଳୟ ଏବଂ ଆତଙ୍କ ବାବାଦରେ ପ୍ରତିକ୍ରିୟା ଦିଅନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe