Image Courtesy of The Conversation
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଏସିଆ ଏବଂ କେତେକ ୟୁରୋପୀୟ ଦେଶରେ ପୁନଶ୍ଚ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ବ୍ୟାପକ ‘ଜିନମ୍ ସିକ୍ବେନ୍ସିଙ୍ଗ୍’, ‘ସର୍ଭିଲେନ୍ସ୍’ କରାଇବା ସହ ସାମଗ୍ରିକ ଭାବେ କୋଭିଡ୍-୧୯ ପରିସ୍ଥିତି ପ୍ରତି ଜାଗ୍ରତ ରହିବା ଉଚିତ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର କହିଛନ୍ତି।
ଗୁରୁବାର ଦିନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ସଚିବ/ପ୍ରମୁଖ ସଚିବ/ ସ୍ବାସ୍ଥ୍ୟ ସଚିବମାନଙ୍କୁ ଲେଖିଥିବା ପତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କିଛି ଦିନ ଧରି ଓମିକ୍ରନ୍ ଭେରିଏଣ୍ଟ୍ ସଂକ୍ରମଣ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇ ସମ୍ପ୍ରତି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକଳାପ ଚାଲୁ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏ ସଂକ୍ରାନ୍ତରେ ଫେବ୍ରୁଆରି ୨୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଇଡ୍ଲାଇନ୍ ମଧ୍ୟ ଜାରି କରିଛନ୍ତି। କିନ୍ତୁ, ଏବେ ସମଗ୍ର ଦକ୍ଷିଣପୂର୍ବ ଏସିଆ ଏବଂ ୟୁରୋପର କେତେକ ଦେଶରେ ପୁନର୍ବାର କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇଥିବାରୁ ମାର୍ଚ ୧୬ ତାରିଖରେ ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ବ୍ୟାପକ ‘ଜିନମ୍ ସିକ୍ବେନ୍ସିଙ୍ଗ୍’, ‘ସର୍ଭିଲେନ୍ସ୍’ କରାଇବା ସହ ସାମଗ୍ରିକ ଭାବେ କୋଭିଡ୍-୧୯ ପରିସ୍ଥିତି ପ୍ରତି ଜାଗ୍ରତ ରହିବା ଉଚିତ ବୋଲି ଏହି ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।
Image Courtesy of The Economic Timesଏହାଛଡ଼ା, ‘ପଞ୍ଚସୂତ୍ରୀ ନୀତି’- ‘ଟେଷ୍ଟ୍-ଟ୍ରାକ୍-ଟ୍ରିଟ୍-ଭାକ୍ସିନେସନ୍’ ଓ କୋଭିଡ୍ ସଂଯମ ଆଚରଣ ଉପରେ ନିରନ୍ତର ଧ୍ୟାନ ଦେବା ଉପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ଗୁରୁତ୍ବ ଦେବା ଆବଶ୍ୟକ। ତେଣୁ, ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍’ (ଏନ୍ସିଡିସି) ଜାରି କରିଥିବା ‘ପ୍ରୋଟକଲ୍’ ଅନୁଯାୟୀ ‘ସେଣ୍ଟିନେଲ୍ ସାଇଟ୍ସ୍’ ମାଧ୍ୟମରେ ‘ଆଇଏନ୍ଏସ୍ଏସିଓଜି’କୁ ଯଥେଷ୍ଟସଂଖ୍ୟକ ନମୁନା ପଠାଯାଇଛି ବୋଲି ରାଜ୍ୟମାନେ ସୁନିଶ୍ଚିତ ହେବା ଉଚିତ। ଫଳରେ ଠିକ୍ ସମୟରେ ଭେରିଏଣ୍ଟ୍ ଚିହ୍ନଟ କରାଯିବା ସହ ଆଗୁଆ ସୂଚନା ଦିଆଯାଇ ପାରିବ।
ସେହିପରି, ରାଜ୍ୟମାନେ ଟିକା ନେବାକୁ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ପ୍ରବର୍ତ୍ତାଇ ସମ୍ପ୍ରସାରିତ ଟିକାକରଣ ଅଭିଯାନରେ ସେମାନଙ୍କର ଟିକାକରଣ କରାଇବା ସହ ଟିକା ଡୋଜ୍ ପୂର୍ଣ୍ଣ କରିଥିବା ବ୍ୟକ୍ତିଙ୍କୁ ସମୟ ମୁତାବକ ବୁଷ୍ଟର୍ ଡୋଜ୍ ଦିଆଇବା ଉଚିତ।
ମାସ୍କ୍ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବା, ହାତ ଧୋଇବା ଏବଂ ଶ୍ବାସପ୍ରଶ୍ବାସଜନିତ ରୋଗ ପ୍ରତି ସତର୍କତା ଅବଲମ୍ବନ କରିବା ଭଳି କୋଭିଡ୍-ସଂଯମ ଆଚରଣ ମାନିବାକୁ ରାଜ୍ୟ ଶାସନ ବ୍ୟବସ୍ଥା ଆବଶ୍ୟକ ଜନସଚେତନା ସୃଷ୍ଟି କରାଇବା ଉଚିତ।
Follow Us