Final work at the Statue of Unity site before its inauguration by the Prime Minister on Wednesday Express Photo By Bhupendra Rana 28/10/2018
ଭଦୋଦରା: ଗୁଜରାଟର ନର୍ମଦା ସରୋବର ଡ୍ୟାମ୍ରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଯୋଗୁଁ କ୍ଷୁଦ୍ର ସହର କେବଡ଼ିଆର ଭାଗ୍ୟ ବଦଳୁଥିବା ଲକ୍ଷ୍ୟ କରାଯାଉଛି। ୬ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ସହର ପ୍ରତି ପୂର୍ବରୁ କାହାର ଗୁରୁତ୍ବ ନଥିଲା। କିନ୍ତୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଇଁ ଏବେ ଏହା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ପ୍ରତିଦିନ ପ୍ରାୟ ୩୦ ହଜାର ଦର୍ଶକ ଏହି ସହରକୁ ଆସୁଛନ୍ତି। ଜନଗହଳିକୁ ଦୃଷ୍ଟିରେ ରଖି ସରକାର ଏଠାରେ ଏକ ରେଳ ଷ୍ଟେସନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରେଳଷ୍ଟେସନ୍ ହେବା ପରେ ନିୟମିତ ଭାବେ ରେଳ ଚଳାଚଳ ହେବ ଏବଂ ଆହୁରି ଅଧିକ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଟ୍ରେନ ଧରିବାକୁ ହେଲେ କେବଡ଼ିଆ ସହରବାସୀଙ୍କୁ ପ୍ରାୟ ୭୨ କିମି ଦୂରରେ ଥିବା ବରୋଦା ବା ୭୫ କିମି ଦୂରରେ ଥିବା ଭରୁଚକୁ ଯିବାକୁ ପଡୁଥିଲା। ତା’ଛଡ଼ା ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ ଆସୁଥିବା ଦର୍ଶକମାନେ ମଧ୍ୟ ସମସ୍ୟାରେ ପଡୁଛନ୍ତି। ଏଥିପାଇଁ ଏହି ଟାଉନକୁ ରେଳ ଧାରଣା ବିଛାଇବା ସହ ଏକ ଷ୍ଟେସନ ନିର୍ମାଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା କାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଡ଼ିଆ ଯାଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
Follow Us