ଟଳିଲା ସୁପ୍ରିମ୍‌ କୋର୍ଟ ସଂକଟ!

ବିଦ୍ରୋହୀଙ୍କୁ ପୁଣି ଭେଟିଲେ ପ୍ରଧାନ ବିଚରପତି

ଖଣି ମାଲିକଙ୍କୁ ସୁପ୍ରିମକୋର୍ଟ ଛାଟ

ନୂଆଦିଲ୍ଲୀ: ବରିଷ୍ଠ ବିଚାରପତିମାନଙ୍କ ବିଦ୍ରୋହ ଘୋଷଣା ପରେ ସୁପ୍ରିମକୋର୍ଟରେ ଦେଖାଦେଇଥିବା ସଂକଟ ଆଜି ଟଳିଯାଇଥିବା ପରି ମନେ ହେଉଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଚାରି ଜଣ ବିଦ୍ରୋହୀ ବିଚାରପତି ଜଷ୍ଟିସ୍‌ ଚେଲମେଶ୍ୱର, ରଞ୍ଜନ ଗୋଗୋଇ, କୁରିୟନ୍‌ ଜୋସେଫ ଏବଂ ମଦନ ବି ଲୋକୁରଙ୍କୁ ଆଉ ଥରେ ଭେଟି ୧୫ ମିନିଟ୍‌ କାଳ ଆଲୋଚନା କରିଥିଲେ। ଏହି ସମୟରେ ଅନ୍ୟ କୌଣସି ବିଚାରପତି ଉପସ୍ଥିତ ନଥିଲେ। ପରେ ସକାଳ ସାଢ଼େ ୧୦ଟାରୁ କୋର୍ଯ୍ୟକାର୍ଯ୍ୟ ସବୁ ସ୍ୱାଭାବିକ ଭାବେ ଚାଲିଥିବା ଜଣାଯାଇଛି। ସୂଚନା ଥାଉ କି, ମଙ୍ଗଳବାର ପ୍ରଧାନ ବିଚାରପତି ସେହି ୪ ବରିଷ୍ଠ ବିଚାରପତିଙ୍କ ସହ ୧୫ ମିନିଟ କାଳ ଆଲୋଚନା କରି ଶାନ୍ତିପୂର୍ଣ୍ଣ ସମାଧାନ ଚାହିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ତେଣୁ ବୁଧବାର ଜଷ୍ଟିସ ମିତ୍ର ପୁଣି ସେମାନଙ୍କୁ ଭେଟି ଆଲୋଚନା କରିବେ ବୋଲି କଥା ଥିଲା। ମାତ୍ର ସେଦିନ ଜଷ୍ଟିସ୍‌ ଚେଲମେଶ୍ୱର ଛୁଟିରେ ଥିବାରୁ ଏହି ଆଲୋଚନା ସମ୍ଭବ ହୋଇପାରିନଥିଲା। ଅପରପକ୍ଷେ, ବୁଧବାର ସନ୍ଧ୍ୟାରେ ଏହି ବରିଷ୍ଠ ବିଚାରପତିମାନେ ସୁପ୍ରିମକୋର୍ଟର ଅନ୍ୟ ଦୁଇ ଜଣ ବିଚାରପତିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରଧାନ ବିଚାରପତିଙ୍କ ପାଖକୁ ଗୁରୁବାର ଏକ ପ୍ରସ୍ତାବ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ମାମଲା ଆବଣ୍ଟନରେ ଯେପରି କିଛି ବାଛବିଚାର ନୀତି ଅବଲମ୍ବନ ହୋଇନାହିଁ ବୋଲି ସମସ୍ତେ ଅନୁଭବ କରିବେ ଉକ୍ତ ପ୍ରସ୍ତାବର ସାରାଂଶ ଥିଲା ବୋଲି କୁହାଯାଉଛି। ତେବେ ଆଜି ପ୍ରଧାନ ବିଚାରପତି ଅନ୍ୟ ବରିଷ୍ଠ ବିଚାରପତିମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe