ଭୁଶୁଡି ପଡ଼ିଲା ନବନିର୍ମିତ ମେଘାଳୟ ବିଧାନସଭା ଭବନର ବିରାଟ ଗମ୍ବୁଜ

Advertisment
ଭୁଶୁଡି ପଡ଼ିଲା ନବନିର୍ମିତ ମେଘାଳୟ ବିଧାନସଭା ଭବନର ବିରାଟ ଗମ୍ବୁଜ

Image Courtesy: News Live

ସିଲଂ: ନବନିର୍ମିତ ମେଘାଳୟ ବିଧାନସଭା ଭବନର ଏକ ଅଂଶ ଶନିବାର ବିଳମ୍ବିତ ରାତ୍ରୀରେ ଭୁଶୁଡ଼ି ପଡିଛି। ତେବେ, ସୌଭାଗ୍ୟକୁ ଏହି ଅଘଟଣରେ କିନ୍ତୁ କେହି ମୃତାହତ ହୋଇ ନଥିବା ରବିବାର ବିଧାନସଭାର ଅଧିକାରୀମାନେ କହିଛନ୍ତି।

ରିପୋର୍ଟରୁ ପ୍ରକାଶ, ଉତ୍ତରପ୍ରଦେଶ ସ୍ଥିତ ୟୁପିଏନଆରଏନଏଲ ଦ୍ୱାରା ୧୭୭.୭ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମିତ ହୋଇଥିବା ମେଘାଳୟ ବିୀଧାନସଭା ଭବନର ଏକ ୭୦ ଟନ୍‌ ଓଜନ ବିଶିଷ୍ଟ ଇସ୍ପାତ ଗମ୍ବୁଜ ଶନିବାର ରାତି ପ୍ରାୟ ୧୨ଟା ୩୦ ସମୟରେ ଭୁଶୁଡି ପଡିଥିଲା ବୋଲି ଅଧିକାରମାନେ କହିଛନ୍ତି।

publive-image

ଏହି ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ରାଜ୍ୟ ପିଡବ୍ଲ୍ୟୁଡି (ବିଲ୍‌ଡିଂ) ବିଭାଗର ଜଣେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କ ଅନୁଯାୟୀ, ଏକ ଡିଜାଇନ୍‌ ଜନିତ ତ୍ରୁଟି ପାଇଁ ନବ ନର୍ମିତ ଏହି ଇସ୍ପାତ ଗମ୍ବୁଜଟି ଭୁଶୁଡ଼ି ପଡ଼ିଛି। ଷ୍ଟିଲ୍‌ ଗମ୍ବୁଜର ଓଜନ ବୋଧହୁଏ ସ୍ତମ୍ଭ ଏବଂ ବିମ୍‌ ବହନ କରିବା କ୍ଷମତା ଠାରୁ ଅତ୍ୟଧିକ ଥିଲା ଏବଂ ଯାହାର ଫଳସ୍ୱରୂପ ସମଗ୍ର ନବ ନିର୍ମିତ ଅଂଶଟି ତଳକୁ ଖସି ପଡ଼ିିଥିଲା ବୋଲି ପିଡବ୍ଲ୍ୟୁଡିର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ରାନସମ ସୁଟ୍‌ଙ୍ଗା କହିଛନ୍ତି।

କୋଠାର ଭୁଶୁଡ଼ି ପଡ଼ିଥିବା ଅଞ୍ଚଳକୁ ସଫା କରିବାକୁ ଆଉ ଦୁଇ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି।
ଦୁର୍ଘଟଣା ସଂପର୍କରେ ଖବର ପାଇ ଆଜି ସକାଳେ ଘଟଣାସ୍ଥଳକୁ ଦୌଡ଼ି ଆସିଥିବା ଇଞ୍ଜିନିୟରମାନେ କହିଛନ୍ତି ଯେ ଭୁଶୁଡ଼ି ପଡ଼ିଥିବା ସ୍ଥାନରେ ଆଉ ଏକ ନୂତନ ଗମ୍ବୁଜ ନିର୍ମାଣ କରିବାକୁ ଅତି କମରେ ଆଉ ୮ ମାସ ଲାଗିବ।

ବିଧାନସଭା ଅଧିକାରୀମାନେ କହିଛନ୍ତି ଯେ ମେଘାଳୟ ବିଧାନସଭା ଭବନର ଏହି ନୂତନ କୋଠାର ଡିଜାଇନ୍‌ ଆଇଆଇଟି-ରୁର୍‌କିର ଅଧିକାରୀମାନେ ଅନୁମୋଦନ ଏବଂ ଯାଞ୍ଚ କରିଥିଲେ। ଜୁନ୍‌ ୨୦୧୯ରେ ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଅଗଷ୍ଟ ୨୦୨୨ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe