େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ ଆବି ଠାରେ ନିଉଟନ୍‌ ଏବଂ ଡାର୍‌ଓ୍ଵିନ୍‌ଙ୍କ ସମାଧିସ୍ଥଳ ନିକଟରେ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କୁ ସମାଧି ଦିଆଯିବ

Advertisment
େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ ଆବି ଠାରେ ନିଉଟନ୍‌ ଏବଂ ଡାର୍‌ଓ୍ଵିନ୍‌ଙ୍କ ସମାଧିସ୍ଥଳ ନିକଟରେ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କୁ ସମାଧି ଦିଆଯିବ

ନୂଆଦିଲ୍ଲୀ: ଗତ ସପ୍ତାହରେ ପରଲୋକ ହୋଇଥିବା ଖ୍ୟାତିସମ୍ପନ୍ନ ବ୍ରିଟିସ୍‌ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କର କେମ୍ବ୍ରିଜ୍‌ସ୍ଥିତ ଏକ ଗୀର୍ଜାରେ ଘରୋଇ ଭାବରେ ଅନ୍ତିମ ସଂସ୍କାର କରାଯିବ। ଲଣ୍ଡନର େଓ୍ଵଷ୍ଟ୍‍ମିନ୍‌ଷ୍ଟର ଆବିରେ ଥିବା ବୈଜ୍ଞାନିକ ଆଇଜାକ୍‌ ନିଉଟନ୍‌ ଏବଂ ଚାର୍ଲସ୍‌ ଡାର୍‌ଓ୍ଵିନ୍‌ଙ୍କ ସମାଧି ନିକଟରେ ତାଙ୍କ ଚିତାଭସ୍ମକୁ ଦିଆଯିବ ବୋଲି ମଙ୍ଗଳବାର ଦିନ ତାଙ୍କ ପରିବାର ତରଫରୁ କୁହାଯାଇଛି।

ମାର୍ଚ ୧୪ ତାରିଖ ଦିନ ୭୬ ବର୍ଷ ବୟସରେ ଶାନ୍ତିରେ ପରଲୋକ ପ୍ରାପ୍ତ ହୋଇଥିବା ଜଗତର ଅନ୍ୟତମ ପ୍ରସିଦ୍ଧ ବୈଜ୍ଞାନିକଙ୍କର ଅନ୍ତ୍ୟେଷ୍ଟିକ୍ରିୟା ଇଷ୍ଟର୍‌ ଶନିବାର ଦିନ କ୍ରେମ୍ବ୍ରିଜ୍‌ସ୍ଥିତ ୟୁନିଭର୍ସିଟି ଚର୍ଚ ‘ଗ୍ରେଟ୍‌ ସେଣ୍ଟ୍‌ ମେରି’ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବ।
ଏ ବର୍ଷ ‘ଥ୍ୟାଙ୍କସ୍‌ ଗିଭିଙ୍ଗ୍‌ ସର୍ଭିସ୍‌’ ସମୟରେ ତାଙ୍କର ଚିତାଭସ୍ମକୁ ଅନ୍ୟତମ ପ୍ରସିଦ୍ଧ ବ୍ରିଟିସ୍‌ ବୈଜ୍ଞାନିକ ନିଉଟନ୍‌ଙ୍କ ସମାଧି ନିକଟରେ ସମାଧି ଦିଆଯିବ।

ଅନ୍ତ୍ୟେଷ୍ଟି କ୍ରିୟା ପରେ କେମ୍ବ୍ରିଜ୍‌ର ଟ୍ରିନିଟି କଲେଜ୍‌ରେ ଆୟୋଜିତ ହେବାକୁ ଥିବା ଆପ୍ୟାୟନରେ ପରିବାର, ବନ୍ଧୁ ଏବଂ ସହକର୍ମୀମାନେ ଯୋଗ ଦେବେ।

ମୃତ୍ୟୁ ପରେ ହକିଙ୍ଗ୍‌ଙ୍କୁ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ‘ନିୟୁତଙ୍କୁ ପ୍ରେରଣା’ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe