ଗାଡ଼ିରେ ଆଉ ରଖିବାକୁ ନ ପଡିପାରେ ଷ୍ଟେପିନ!

Advertisment
ଗାଡ଼ିରେ ଆଉ ରଖିବାକୁ ନ ପଡିପାରେ ଷ୍ଟେପିନ!

photo-the automotive india

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନେକ ନିୟମର ସଂଶୋଧନ କିମ୍ବା ପରିବର୍ତ୍ତନ କରିଛି। ଏହି ପର୍ଯ୍ୟାୟରେ ସରକାର ଆଉ ଏକ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଗାଡିଗୁଡ଼ିକରେ ଲାଗିଥିବା ଟାୟାରର ବାୟୁ ସହିତ ଜଡିତ ବୋଲି ଜଣାପଡିଛି | ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀରେ ସଂଶୋଧନ କରାଯାଇଛି। ଏହା ଅଧୀନରେ ସର୍ବାଧିକ ଓଜନ ୩.୫ ଟନ୍ ପର୍ଯ୍ୟନ୍ତ ଯାନବାହନ ପାଇଁ ଟାୟାର ପ୍ରେସର ମନିଟରିଂ ସିଷ୍ଟମ ପ୍ରଚଳନ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ସିଷ୍ଟମ ଦ୍ୱାରା ଚକରେ ଲାଗିଥିବା ସେନ୍ସର ଯୋଗୁଁ ଡ୍ରାଇଭର ଚକର ପବନ ବାବଦରେ ଜାଣିପାରିବେ | ଚକରେ ପବନ କମ ଥିଲେ ତୁରନ୍ତ ଡ୍ରାଇଭରଙ୍କୁ ଏହା ଜଣାପଡ଼ିଯିବ | ଏହା ଦ୍ୱାରା ସଡକ ସୁରକ୍ଷା ଆହୁରି ଭଲ ଭାବେ ହୋଇପାରିବ | କାରଣ ଚକରେ ପବନ କମ ଥିଲେ ବେଳେବେଳେ ଗାଡି ଦୁର୍ଘଟଣାର ଶିକାର ହୋଇଥାଏ |

publive-image photo-car tyres

ଏହା ସହିତ ମନ୍ତ୍ରଣାଳୟ ଟାୟାର ମରାମତି କିଟ୍ ପାଇଁ ମଧ୍ୟ ସୁପାରିଶ କରିଛି। ଏଥିରେ, ଟାୟାର୍ ପଙ୍କଚର୍ (ଟ୍ୟୁବଲେସ୍ ଟାୟାର୍) ହେଲେ ଟାୟାର ମରାମତି କିଟ୍ ଦ୍ୱାରା ସିଲାଣ୍ଟକୁ ସିଲରେ ସହିତ ଭର୍ତ୍ତି କରାଯିବ | ଟାୟାର ପ୍ରେସର ମନିଟରିଂ ସିଷ୍ଟମ ଓ ଟାୟାର ମରାମତି କିଟ୍ ଉପଲବ୍ଧ ହେବା ଦ୍ୱାରା ଗାଡ଼ିଗୁଡ଼ିକରେ ଅତିରିକ୍ତ ଟାୟାର ବା ଷ୍ଟେପିନ ରଖିବାକୁ ନ ପଡିପାରେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe