ଏଣିକି ଯାନବାହାନରେ କର୍କଶ ଶବ୍ଦଯୁକ୍ତ ହର୍ଣ୍ଣ ଲଗାଇଲେ ଦଣ୍ଡିତ ହେବେ, ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର 

Advertisment

ବୁଲେଟରେ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ଲଗାଇପାରିବେ ନାହିଁ 

ବୁଲେଟରେ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ଲଗାଇପାରିବେ ନାହିଁ 

ଏଣିକି ଯାନବାହାନରେ କର୍କଶ ଶବ୍ଦଯୁକ୍ତ ହର୍ଣ୍ଣ ଲଗାଇଲେ ଦଣ୍ଡିତ ହେବେ, ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ : ଆଜିକାଲି ଅଧିକାଂଶ ଯୁବପିଢି ନିଜର ବାଇକର ସାଇଲେନ୍ସର ବଦଳାଇ ଏକ ଅଧିକ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଛନ୍ତି । କିନ୍ତୁ  ଏଣିକି ଏହା କରିବା ଆଉ ସମ୍ଭବ ହେବ ନାହିଁ । କେନ୍ଦ୍ର ସରକାର ଏଥିଲାଗି ବାରଣ କରିଛନ୍ତି । ସଡ଼କଗୁଡ଼ିକରେ ଶବ୍ଦ ପ୍ରଦୂଷଣ କମାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସଡ଼କ ପରିବହନ ଏବଂ ଜାତୀୟ ରାଜପଥ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ  ମନସୁଖ ମାଣ୍ଡଭୀୟ ଲୋକସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଜଣାଇଛନ୍ତି ଯେ, ମୋଟର ପରିବହନ ଅଧିନିୟମ ୧୯୮୮ ଅନୁସାରେ କଂପାନୀ ଦ୍ୱାରା ଲଗାଯାଇଥିବା ସାଇଲେନ୍ସର ବଦଳାଇ ବା ସ୍ଥାନାନ୍ତରିତ କରି ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ଲଗାଇବାକୁ ବାରଣ କରାଯାଇଛି । ଏହି ଅଧିନିୟମର ଧାରା ୫୨(୧)ରେ ଉଲ୍ଲେଖ ରହିଛି ଯେ, ଯାନବାହନର କୌଣସି ମାଲିକ ଯାନବାହାନରେ ଏପରି କୌଣସି ପରିବର୍ତ୍ତନ କରିବେ ନାହିଁ, ଯାହାଦ୍ୱାରା ପଞ୍ଜିକରଣ ପ୍ରମାଣପତ୍ରରେ ନିର୍ମାତାଙ୍କ ଦ୍ୱାରା ଦିଆଯାଇଥିବା ବିବରଣୀ ସହିତ ମେଳ ଖାଉନଥିବ । ଏହା ବ୍ୟତୀତ ମୋଟର ପରିବହନ ଅଧିନିୟମ ୧୯୮୮ ର ଧାରା ୫୨(୧) ଉଲ୍ଲଂଘନ କଲେ ଧାରା ୧୯୦ ଓ ୧୯୧ ଅନୁସାରେ ଦଣ୍ଡିତ କରାଯିବ । ମୋଟର ପରିବହନ ଅଧିନିୟମ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଥିବା ନିୟମଗୁଡ଼ିକ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଦ୍ୱାରା ଲାଗୁ କରା ଯାଇପାରିବ ।

ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ମଲ୍ଟି ଟୋନଡ୍ ହର୍ଣ୍ଣ କିମ୍ବା ଅନାବଶ୍ୟକ ଭାବେ କର୍କଶ, କାନଫଟା, ତୀବ୍ର ଓ ଚେତାବନୀ ଯୁକ୍ତ ଧ୍ୱନି ସୃଷ୍ଟି କରୁଥିବା ଉପକରଣ ଓ ଅନ୍ୟ ଧ୍ୱନି ସୃଷ୍ଟିକାରୀ ଉପକରଣ ଲଗାଇବା ଉପରେ ମଧ୍ୟ ଅଧିନିୟମରେ ବାରଣ କରାଯାଇଛି । ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଯାନବାହନ ଆଦିକୁ ଏଥିରୁ ମୁକ୍ତ ରଖାଯାଇଛି । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଅନଧିକୃତ ଭାବରେ ଯାନବାହନରେ ମଲ୍ଟିଟୋନ୍ ଲଗାଇବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe