ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ପ୍ରୟାଗରାଜରେ କୁମ୍ଭମେଳା ଆୟୋଜିତ ହୋଇଛି । ମହାକୁମ୍ଭ ମେଳାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। 

Advertisment

ଲୋକପ୍ରିୟ ଅଭିନେତା ଜୟଦୀପଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ଏହି ମହାଆୟୋଜନରେ ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସଙ୍କ ପତ୍ନୀ ଲୌରେନ୍ ପାୱେଲ ଜବ୍ସ ବି ପହଞ୍ଚିଛନ୍ତି । ଏହି ଅବସରରେ ଷ୍ଟିଭ ଜବ୍ସ କୁମ୍ଭକୁ ନେଇ ୫୦ ବର୍ଷ ପୂର୍ବେ ଲେଖିଥିବା ଏକ ଚିଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ୪.୩୨ କୋଟି ଟଙ୍କା ନିଲାମ କରାଯାଇଛି ।

ଅଧିକପଢ଼ନ୍ତୁୂ: ଅଧାରେ ରହିଲା ଶିକ୍ଷୟିତ୍ରୀଙ୍କ ମହାକୁମ୍ଭମେଳା ଦେଖିବା ଇଚ୍ଛା

ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସ ୧୯ତମ ଜନ୍ମଦିନ ପୂର୍ବରୁ କୁମ୍ଭକୁ ନେଇ ୧୯୭୪ ମସିହାରେ ତାଙ୍କ ସାଙ୍ଗଙ୍କ ପାଖକୁ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ଷ୍ଟିଭ ଜବ୍ସ ଭାରତ ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ରୁଚି ସହିତ କୁମ୍ଭମେଳାକୁ କିଭଳି ଆସିବେ ସେନେଇ କରିଥିବା ଯୋଜନା ଉଲ୍ଲେଖ କରିଥିଲେ।
ଷ୍ଟିଭ ଜବ୍ସଙ୍କ ଦ୍ୱାରା ଲେଖାଯାଇଥିବା  ଏହି ୫୦ ବର୍ଷ ତଳର ଚିଠିକୁ ନିକଟରେ ନିଲାମ କରାଯାଇଥିଲା। ଜଣେ ବ୍ୟକ୍ତି ଷ୍ଟିଭ ଜବ୍ସଙ୍କ ହାତଲେଖା ଚିଠିକୁ ୪.୩୨ କୋଟି ଟଙ୍କାରେ କିଣିଛନ୍ତି