ନୂଆଦିଲ୍ଲୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଗତମଙ୍ଗଳବାର ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ପ୍ରଥମ ‘ଅମୃତ ସ୍ନାନ’ କରିଥିଲେ। 

ଅଧିକପଢ଼ନ୍ତୁ:ପ୍ରସନ୍ନଙ୍କ ଘରେ ଏକାଠି ହେଲେ ବିଜେଡି ନେତା

Advertisment

ଏହି ଅମୃତ ସ୍ନାନ ବିଶ୍ୱାସୀମାନଙ୍କୁ ପାପରୁ ମୁକ୍ତ କରିଥାଏ ତଥା ଜୀବନ-ମୃତ୍ୟୁ ଚକ୍ରରୁ ମୁକ୍ତି ପ୍ରଦାନ କରିଥାଏ ବୋଲି କଥା‌ରେ ଅଛି। ଏହି କ୍ରମ‌ରେ ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସଙ୍କ ପତ୍ନୀ ଲ‌ରେନ ପାୱେଲ ଜବ୍ସ ବି ପ୍ରୟାଗରାଜର ମହାକୁମ୍ଭରେ ପହଞ୍ଚିଛନ୍ତି। ଯେବେ ଠାରୁ ଲରେନ ପାୱେଲ ଉତ୍ତର ପ୍ରଦେଶର ନିରଞ୍ଜନୀ ଆଖଡାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଙ୍କ ଠାରୁ ଗୋତ୍ର ଓ ନୂଆ ନାମ ପ୍ରାପ୍ତ କରିଛନ୍ତି ସେବେଠାରୁ ସେ ଚର୍ଚ୍ଚାରେ ଅଛନ୍ତି।

ଏହି କ୍ରମରେ ଷ୍ଟିଭ ଜବ୍ସ ଗତ ୫୦ବର୍ଷ ପୂର୍ବେ ମହାକୁମ୍ଭକୁ ନେଇ ଲେଖିଥିବା ଏକ ଚିଠି ବି  ଚର୍ଚ୍ଚାର ପରିସରରେ ରହିଛି। ଷ୍ଟିଭ ଜବ୍ସ ଭାରତରେ ୭ ମାସ ରହି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଅତି ନିକଟରୁ ଦେଖିଥିଲେ। ଷ୍ଟିଭ ଜବ୍ସଙ୍କ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ପ୍ରତି ଅହେତୁକ ରୁଚି ରହିଥିଲା। ଯାହା ସମ୍ପ୍ରତି ସାମ୍ନାକୁ ଆସିଥିବା ତାଙ୍କର ଏକ ହାତଲେଖା ଚିଠିରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

ଅଧିକପଢ଼ନ୍ତୁ:ନବୀନ ନିବାସରୁ ଦୀପାଳିଙ୍କୁ ଆସିଲା ଡାକରା!

ଏହି ଚିଠିରେ ଷ୍ଟିଭ ଜବ୍ସ ଲେଖିଥିଲେ, ‘ ମୁଁ ଏପ୍ରିଲ ମାସରେ ଭାରତରେ ଆରମ୍ଭ ହେବାକୁ ଯାଉଥିବା କୁମ୍ଭମେଳା ପାଇଁ ଭାରତ ଯିବାକୁ ଚାହୁଁଛି । ମୁଁ ମାର୍ଚ୍ଚ ମାସରେ କୌଣସି ଦିନ ଭାରତରେ ଯାଇ ପହଞ୍ଚିପାରେ, କିନ୍ତୁ  ଏଯାବତ କିଛି ଶୁନିଶ୍ଚିତ ହୋଇପାରି ନାହିଁ । ଶାନ୍ତି....। ’