ଆକ୍ରମଣ ପାଇଁ ଏବେ ଆତଙ୍କବାଦୀଙ୍କ ହାତରେ ଅଛି ଷ୍ଟିକ ବମ, ଜମ୍ମୁକାଶ୍ମୀରରୁ ଜବତ ପରେ ମିଳିଲା ସୁରାଗ

ଆକ୍ରମଣ ପାଇଁ ଏବେ ଆତଙ୍କବାଦୀଙ୍କ ହାତରେ ଅଛି ଷ୍ଟିକ ବମ, ଜମ୍ମୁକାଶ୍ମୀରରୁ ଜବତ ପରେ ମିଳିଲା ସୁରାଗ

photo-news 18

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆକ୍ରମଣ କରିବାକୁ ଏବେ ଆତଙ୍କବାଦୀମାନେ ଏକ ଭିନ୍ନ ଧରଣର ବୋମା ବ୍ୟବହାର କରିବା ଆରମ୍ଭ କରିଛନ୍ତି | ଯାହାକୁ ଷ୍ଟିକ୍ ବମ୍ କୁହାଯାଉଛି | ଆତଙ୍କବାଦୀଙ୍କ ପାଖରୁ ଏଭଳି ଅତ୍ୟାଧୁନିକ ବୋମା ଜବତ ପରେ ଏହି ନୂଆ ବୋମା ବାବଦରେ ଜଣାପଡିଛି | ଏହି ଷ୍ଟିକ୍ ବୋମାଗୁଡ଼ିକରେ ଚୁମ୍ବକ ଲାଗିଥିବାବେଳେ ଚଳନ୍ତା ଯାନ ଉପରେ ଫୋଫାଡ଼ି ବିସ୍ଫୋରଣ କରାଯାଇପାରେ | ଏହି ଷ୍ଟିକ ବୋମାଗୁଡିକ ଛୋଟ ଆଇଇଡି ବିସ୍ଫୋରକ ହୋଇଥିବାବେଳେ, ଚୁମ୍ବକ ଲାଗିଥିବାରୁ ସହଜରେ ଗାଡ଼ିରେ କିମ୍ବା ଇନ୍ଧନ ଟ୍ୟାଙ୍କ ନିକଟରେ ଲାଗିଥାଏ | ଆଉ ଛୋଟ ବିସ୍ଫୋରକ ଦ୍ୱାରା ବଡ଼ ବିସ୍ଫୋରଣ କରାଯାଇଥାଏ |

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ପାଖରେ ଥିବା ଏହି ବୋମା ହାଲୁକା ହୋଇଥିବାବେଳେ ସହଜରେ ଲୁଚାଇ ନିଆଯାଇପାରେ | ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ସୁରକ୍ଷାବାହିନୀ ଷ୍ଟିକ୍ ବୋମା ଜବତ କରିଛନ୍ତି। ଯଦିଓ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରରେ ଏହାକୁ ବ୍ୟବହାର କରିନାହାଁନ୍ତି, ତଥାପି ଜବତ ହେବା ପରେ ସୁରକ୍ଷାବାହିନୀ ଅଧିକ ସତର୍କ ହୋଇପଡିଛନ୍ତି। ଏହି ଷ୍ଟିକ୍ ବୋମା ପୂର୍ବରୁ ଫେବୃଆରୀ ୧୩, ୨୦୧୨ ରେ ଇସ୍ରାଏଲ୍ ଦୂତାବାସ ବାହାରେ ଏକ କାର ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ହୋଇଥିଲା।

ଏହି ଆକ୍ରମଣ ବାଇକ୍ ଆରୋହୀ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ପତ୍ନୀ ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ଏବଂ କାରରେ ନିଆଁ ଲାଗିଯାଇଥିଲା। ୨୦୧୦ ଏବଂ ୨୦୧୨ରେ, ଷ୍ଟିକ ବୋମା ଆକ୍ରମଣ କରି ତେହେରାନରେ କିଛି ଆଣବିକ ବୈଜ୍ଞାନିକଙ୍କୁ ଟାର୍ଗେଟ କରାଯାଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe