ସେନ୍‌ସେକ୍ସ ୩୦୦ ପଏଣ୍ଟ୍‌ ଓ ନିଫ୍‌ଟି ୨୪,୨୦୦ ପଏଣ୍ଟ୍‌ ବୃଦ୍ଧି

Advertisment

ସେୟାର୍‌ ବଜାରରେ ଉତ୍‌ଥାନ ଓ ପତନ ଲାଗି ରହିଥିବା ବେଳେ ଭାରତୀୟ ବିବେଶକଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ସାବ୍ୟସ୍ତ ହୋଇଛି। ଆମେରିକା ସେୟାର ବଜାର ତଳମୁହାଁ ହୋଇଥିବା ବେଳେ ଏହାର ପ୍ରଭାବ ସେନ୍‌ସେକ୍ସ ଓ ନିଫ୍‌ଟି ଉପରେ ପଡ଼ିଛି।

ସେୟାର୍‌ ବଜାରରେ ଉତ୍‌ଥାନ ଓ ପତନ ଲାଗି ରହିଥିବା ବେଳେ ଭାରତୀୟ ବିବେଶକଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ସାବ୍ୟସ୍ତ ହୋଇଛି। ଆମେରିକା ସେୟାର ବଜାର ତଳମୁହାଁ ହୋଇଥିବା ବେଳେ ଏହାର ପ୍ରଭାବ ସେନ୍‌ସେକ୍ସ ଓ ନିଫ୍‌ଟି ଉପରେ ପଡ଼ିଛି।

ଚଚୂଜୁ

ନୂଆଦିଲ୍ଲୀ: ସେୟାର୍‌ ବଜାରରେ ଉତ୍‌ଥାନ ଓ ପତନ ଲାଗି ରହିଥିବା ବେଳେ ଭାରତୀୟ ବିବେଶକଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ସାବ୍ୟସ୍ତ ହୋଇଛି। ଆମେରିକା ସେୟାର ବଜାର ତଳମୁହାଁ ହୋଇଥିବା ବେଳେ ଏହାର ପ୍ରଭାବ ସେନ୍‌ସେକ୍ସ ଓ ନିଫ୍‌ଟି ଉପରେ ପଡ଼ିଛି। ଯାହା ଫଳରେ ଆଜିର ମଙ୍ଗଳବାର ଭାରତୀୟ ନିବେଶଙ୍କ ପାଇଁ ଶୁଭ ମଙ୍ଗଳବାର ପ୍ରମାଣିତ ହୋଇଛି। ସେନ୍‌ସେକ୍ସ ଓ ନିଫ୍‌ଟି ଏବେ ଉପରମୁହାଁ ହୋଇ ସବୁଜ ଜୋନ୍‌କୁ ପଳାଇଥିବା ଦେଖିବାକୁ ମିଳିଛି। ଯଦିଓ କିଛି କ୍ଷଣ ମଧ୍ୟରେ ସେୟାରଗୁଡ଼ିକ ପୁଣି ଥରେ ନାଲି ଜୋନ୍‌କୁ ଖସିଥିଲେ। ହେଲେ ପୂର୍ବ ଦିନ ଅପେକ୍ଷ‌ା ଆଜିର ବଜାର ଅବସ୍ଥା ସ୍ଥିର ରହିଛି।

ସେନ୍‌ସେକ୍ସ ୩୦୦ ପଏଣ୍ଟ୍‌ ବୃଦ୍ଧି ପାଇଥିବା ବେଳେ ନିଫ୍‌ଟି ୨୪,୨୦୦ ପଏଣ୍ଟ୍‌ ବୃଦ୍ଧି ପାଇଛି। ତେବେ ଇଣ୍ଡସ୍‌ଲାଣ୍ଡ୍‌ ଓ ଇନ୍‌ଫୋସିସ୍‌ ୬% ଓ ୨% ହ୍ରାସ ପାଇଛି।

ନିଫ୍ଟି-୫୦ ସୂଚକାଙ୍କ ୧.୧୫% ବୃଦ୍ଧି ପାଇ ୨୪,୧୨୫.୫୫ ରେ ଶେଷ ହେବା ସହିତ ଇକ୍ୱିଟି ବଜାର ଏକ ଦୃଢ଼ ନୋଟରେ  ସପ୍ତାହ ଆରମ୍ଭ କରଛି। ବ୍ୟାଙ୍କ ନିଫ୍ଟି ୧.୫୭% ବୃଦ୍ଧି ପାଇ ୫୫,୩୦୪.୫୦ ରେ ପହଞ୍ଚିଥିଲା, ଯେତେବେଳେ ଆଇଟି, ରିଅଲ୍ଟି, ତୈଳ ଏବଂ ଗ୍ୟାସ ପରିଚାଳିତ ଅଧିକାଂଶ ଅନ୍ୟାନ୍ୟ କ୍ଷେତ୍ର ବୃଦ୍ଧି ପାଇଥିବା ବେଳେ ଏଫ୍‌ଏମ୍‌ସିଜି ଏକମାତ୍ର ବ୍ୟତିକ୍ରମ ଥିଲା।

ନିଫ୍ଟି ୨୪,୧୦୦ର ଗୁରୁତ୍ୱପୂର୍ଣ୍ଣ ପ୍ରତିରୋଧ ଉପରେ ଗତି କରିଛି। ତେଣୁ, ଏହା ସ୍ୱଳ୍ପ ସମୟ ମଧ୍ୟରେ ୨୪,୪୫୦–୨୪,୫୦୦ ଜୋନ୍‌ରେ ପହଞ୍ଚିବା ପାଇଁ ସଠିକ୍ ପଥରେ ଥିବା ଦେଖାଯାଉଛି। ତେବେ ଧାତୁ ଷ୍ଟକ୍‌ ଉପରେ ବୃଦ୍ଧି ଦେଖାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe