ନିବେଶକଙ୍କ ପାଇଁ ଖୁସି ଖବର; ଉପରମୁହାଁ ହେଉଛି ଭାରତୀୟ ସେୟାର୍‌ ବଜାର

Advertisment

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍‌ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍‌ ବଦଳୁଥିବା ନଜର ଆସୁଛି।

ଚୁ ୁଚ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍‌ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍‌ ବଦଳୁଥିବା ନଜର ଆସୁଛି। ଗତ କିଛି ଦିନ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍‌ ଜୋନ୍‌)ରେ ରହୁଛି ଭାରତୀୟ ଷ୍ଟକ୍‌ ମାର୍କେଟ୍‌।

ସପ୍ତାହର ତୃତୀୟ କାର୍ଯ୍ୟ ଦିବସ (ୱାର୍କିଂ ଡେ) ବୁଧବାର ଦିନର କଥା ଯଦି ଦେଖିବା ତ ମାର୍କେଟର ଓପେନିଂ ଗ୍ରୀନ୍‌ ଜୋନ୍‌ରୁ ହୋଇଛି। ଯାହାକି ଗତ କିଛି ମାସର ନିମ୍ନଗାମୀ ବଜାର ଟ୍ରେଣ୍ଡ୍‌ରେ ବିରାମ ଲଗାଇଛି। 

ବମ୍ପେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୩୦ ସେୟର୍‌ଯୁକ୍ତ ସେନ୍‌ସେକ୍ସ ଖୋଲିବା ପରେ ୪୦୦ ପଏଣ୍ଟ୍‌ରୁ ବି ଅଧିକ ଉପରକୁ ଯାଇଛି। ସେହିପରି ନେସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍ଟି ୧୨୦ ପଏଣ୍ଟ୍‌ ଚଢ଼ିକରି କାର୍ଯ୍ୟବାହୀ ଆରମ୍ଭ କରିଛି। ସେହିପରି ଟାଟା ଷ୍ଟିଲ୍‌ର ସେୟାର୍‌ ଲଗାତାର ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe