Image Courtesy of India Today
ସ୍ଡେରୋଟ୍: ବିୟରିରେ ପହଞ୍ଚି ପ୍ରଥମ ଘରେ ପଶି ଜଣେ ମହିଳାଙ୍କ ଶବ ଦେଖି କେବଳ ସେ ନୁହନ୍ତି ତାଙ୍କ ସ୍ବେଚ୍ଛାସେବୀ ଦଳର ସମସ୍ତ ସଦସ୍ୟ ହତବାକ୍ ହୋଇଯାଇଥିବା କଥା ହମାସ୍ ଆକ୍ରମଣ ପରେ ମୃତ ଇସ୍ରାଏଲୀ ନାଗରିକମାନଙ୍କର ଶବ ଉଦ୍ଧାର କରୁଥିବା ସ୍ବେଚ୍ଛାସେବୀ ୟୋସି ଲାଣ୍ଡାଉ କହିଛନ୍ତି।
ସେ କହିଛନ୍ତି, ଗାଜାଠାରୁ ପ୍ରାୟ ୧୨୦୦ କିଲୋମିଟର୍ ଦୂର ଜନବସତି ବିୟରିରେ ପହଞ୍ଚିବା ପରେ ପ୍ରଥମ ଘରେ ପ୍ରବେଶ କରି ସେମାନେ ଦେଖିଲେ, ଜଣେ ମହିଳାଙ୍କ ପେଟ ଚିରାଯାଇଛି। ତାଙ୍କ ଗର୍ଭରେ ଥିବା ନାହି-ଲଗା ଛୁଆଟିକୁ ବି ଛୁରି ଭୁସି ହତ୍ୟା କରାଯାଇଛି।
ଜାକା ଅଞ୍ଚଳର ସ୍ବେଚ୍ଛାସେବୀ ଲାଣ୍ଡାଉ କହିଛନ୍ତି, ୨୦ଜଣ ପିଲାଙ୍କ ସମେତ ସେ ଆହୁରି ଅନେକ ମୃତ ସାଧାରଣ ନାଗରିକଙ୍କ ଶବ ଦେଖିଲେ। ସେମାନଙ୍କ ହାତ ପଛଆଡୁଆ କରି ବନ୍ଧାଯାଇଥିଲା। ଗୁଳିମାରି ହତ୍ୟା କରିବା ପରେ ହମାସ୍ ଆତଙ୍କବାଦୀମାନେ ସେମାନଙ୍କୁ ପୋଡ଼ି ପକାଇଥିଲେ। କେତେଜଣଙ୍କ ଶବ ଏମିତି ଭାବେ ପଡ଼ିଥିଲା ଯେ, ମନେ ହେଉଥିଲା ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି।
Image Courtesy of NDTVଶନିବାର ପ୍ରତ୍ୟୁଷ କଥା ସ୍ମରଣ କରି ଲାଣ୍ଡାଉ କହନ୍ତି, ସାଇରନ୍ ଶବ୍ଦ ଶୁଣି ନିଦ ଭାଙ୍ଗିଗଲା। ରକେଟ୍ ଆକ୍ରମଣ କରାଗଲେ ସାଇରନ୍ ବାଜେ ବୋଲି ସମସ୍ତେ ଜାଣନ୍ତି। ତେଣୁ, ଆଶ୍ରୟସ୍ଥଳକୁ ଧାଇଁ ପଳାନ୍ତି। କିନ୍ତୁ, ସେଦିନ ସେତେବେଳକୁ ଗାଜା ସୀମାନ୍ତ ଅତିକ୍ରମ କରି ହମାସ୍ ଆତଙ୍କବାଦୀମାନେ ୧୨୦୦ ଲୋକଙ୍କୁ ହତ୍ୟା କରିଥିବା କଥା ମୋର ଧାରଣା ନ ଥିଲା।
ଉତ୍ତର ଗାଜାର ଉପକୂଳବର୍ତ୍ତୀ ନଗରୀ ଆସ୍ଡଡ୍ସ୍ଥିତ ବାସଭବନରୁ ସେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ ବୋଲି କହିଛନ୍ତି। ସେଠାରେ ପହଞ୍ଚି ଦେଖିଲେ କାର୍ ସବୁ ଓଲଟି ପଡ଼ିଛି। ରାସ୍ତାଘାଟରେ ଲୋକେ ମରି ପଡ଼ିଛନ୍ତି।
କିନ୍ତୁ, ଅସ୍ବାଭାବିକ ମୃତ୍ୟୁଜନିତ ଶବ ଉଦ୍ଧାର କରିବାରେ ୩୩ ବର୍ଷର ଅଭିଜ୍ଞତା ଥିବା ସ୍ବେଚ୍ଛାସେବୀ ଲାଣ୍ଡାଉ କହିଛନ୍ତି ଯେ, ଏଭଳି ବୀଭତ୍ସ ଦୃଶ୍ୟ ସେ କେବେ ଦେଖି ନ ଥିଲେ।
Follow Us