ନିଲାମ ହେବ ମଙ୍ଗଳ ଗ୍ରହର ପଥର

ନିଲାମ ହେବ ୨୫ କିଲୋଗ୍ରାମ ଓଜନର ଏକ ପଥର । ଅନୁମାନିକ ନିଲାମ ମୂଲ୍ୟ ୨ରୁ ୪ ନିୟୁତ ଡଲାର ମଧ୍ୟରେ । ଭାରତୀୟ ମୁଦ୍ରାରେ ପ୍ରାୟ ୧୭ରୁ ୨୪ କୋଟି ଟଙ୍କା । ଏହି ପଥରଟି କୌଣସି ଜାହିତାହି ପଥର ନୁହେଁ, ଏହା ମଙ୍ଗଳଗ୍ରହରୁ ଆସିଥିବା ଏକ ବହୁମୂଲ୍ୟ ପଥର ।

New Project (18)

ନ୍ୟୁୟର୍କ: ନିଲାମ ହେବ ୨୫ କିଲୋଗ୍ରାମ ଓଜନର ଏକ ପଥର । ଅନୁମାନିକ ନିଲାମ ମୂଲ୍ୟ ୨ରୁ ୪ ନିୟୁତ ଡଲାର ମଧ୍ୟରେ । ଭାରତୀୟ ମୁଦ୍ରାରେ ପ୍ରାୟ ୧୭ରୁ ୨୪ କୋଟି ଟଙ୍କା । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଗୋଟିଏ ସାମାନ୍ୟ ପଥରର ମୂଲ୍ୟ ଏତେ କାହିଁକି ? ଏହାର କାରଣ ହେଉଛି ଏହି ପଥରଟି କୌଣସି ଜାହିତାହି ପଥର ନୁହେଁ, ଏହା ମଙ୍ଗଳଗ୍ରହରୁ ଆସିଥିବା ଏକ ବହୁମୂଲ୍ୟ ପଥର ।

 ଏହା ବିଶ୍ୱାସ କରାଯାଏ ଯେ ଏହି ଉଲ୍କାପିଣ୍ଡ ଏକ ବିଶାଳ ଗ୍ରହାଣୁ ସହିତ ଧକ୍କା ହେବା ଯୋଗୁଁ ମଙ୍ଗଳ ଗ୍ରହର ପୃଷ୍ଠରୁ ଉଡ଼ି ଆସିଥିଲା ଏବଂ ୧୪୦ ନିୟୁତ ମାଇଲ ଦୂର ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିଥିଲା ଓ ସାହାରା ମରୁଭୂମିରେ ପଡ଼ିଥିଲା।

ନ୍ୟୁୟର୍କର ନିଲାମ କମ୍ପାନି ସୋଥେବିସ୍ ଏକ ନାଚୁରାଲ ହିଷ୍ଟ୍ରି (ପ୍ରାକୃତିକ ଇତିହାସ)-ଥିମ୍ ନିଲାମର ଅଂଶ ଭାବରେ ବୁଧବାର 'ଏନଡବ୍ଲୁଏ ୧୬୭୮୮' ନାମକ ବସ୍ତୁକୁ ବିକ୍ରୟ ପାଇଁ ରଖିବ। ଏହା ସହିତ, ଏକ ତରୁଣ 'ସେରାଟୋସୌରସ୍ ଡାଇନୋସର'ର କଙ୍କାଳ ମଧ୍ୟ ନିଲାମ ପାଇଁ ରଖାଯିବ, ଯାହା ଛଅ ଫୁଟରୁ ଅଧିକ ଉଚ୍ଚ ଏବଂ ପ୍ରାୟ ୧୧ ଫୁଟ ଲମ୍ବା।

ନିଲାମ କମ୍ପାନି ଅନୁଯାୟୀ, ଏହା ବିଶ୍ୱାସ କରାଯାଏ ଯେ ଏହି ଉଲ୍କାପିଣ୍ଡ ଏକ ବିଶାଳ ଗ୍ରହାଣୁ ସହିତ ଧକ୍କା ହେବା ଯୋଗୁଁ ମଙ୍ଗଳ ଗ୍ରହର ପୃଷ୍ଠରୁ ଉଡ଼ି ଆସିଥିଲା ଏବଂ ୧୪୦ ନିୟୁତ ମାଇଲ ଦୂର ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିଥିଲା ଓ ସାହାରା ମରୁଭୂମିରେ ପଡ଼ିଥିଲା। ସୋଥେବିସ୍ କହିଛି ଯେ ମଙ୍ଗଳ ଗ୍ରହର ଏହି ଖଣ୍ଡ ନଭେମ୍ବର ୨୦୨୩ରେ ନାଇଜରରେ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe