ପଥର ଫିଙ୍ଗାଳିଙ୍କୁ ଗୁଳି ମାରି ହତ୍ୟା କରିବା ଉଚିତ: ବିଜେପି ଏମ୍‌ପି ଡିପି ଓ୍ଵାତ୍‌ସ୍‌

Advertisment
ପଥର ଫିଙ୍ଗାଳିଙ୍କୁ ଗୁଳି ମାରି ହତ୍ୟା କରିବା ଉଚିତ: ବିଜେପି ଏମ୍‌ପି ଡିପି ଓ୍ଵାତ୍‌ସ୍‌

ନୂଆଦିଲ୍ଲୀ: ବିଜେପି ସାଂସଦ ଡିପି ଓ୍ଵାତ୍‌ସ୍‌ କହିଛନ୍ତି କି, କଶ୍ମୀରର ପଥର ଫିଙ୍ଗାଳିମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯିବା ପରିବର୍ତ୍ତେ ସେମାନଙ୍କୁ ଗୁଳି ମାରି ହତ୍ୟା କରିବା ଉଚିତ।

ଶନିବାର ଦିନ ରାଜ୍ୟସଭା ସାଂସଦ ଓ୍ଵାତ୍‌ସ୍‌ ଆହୁରି କହିଛନ୍ତି: ପଥର ଫିଙ୍ଗାଳିଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପ୍ରସଙ୍ଗରେ ମୁଁ ପଢ଼ିଲି। ମୁଁ କିନ୍ତୁ, ଭାବୁଛି ସେ ପଥର ଫିଙ୍ଗାଳିଙ୍କୁ ଗୁଳି କରି ହତ୍ୟା କରାଯିବା ଉଚିତ।

ପଥର ଫିଙ୍ଗାରେ ବୁକ୍‌ ହୋଇ ଥିବା ପ୍ରାୟ ୧୦ ହଜାର ଲୋକଙ୍କ ନାଁ’ରୁ ଏଫ୍‌ଆଇଆର୍‌ ପ୍ରତ୍ୟାହାର କରିବାକୁ ଫେବ୍ରୁଆରି ମାସରେ କଶ୍ମୀରର ପିଡିପି-ବିଜେପି ସରକାର ନେଇଥିବା ନିଷ୍ପତ୍ତିକୁ ଇଙ୍ଗିତ କରି ଏ କଥା କହିଛନ୍ତି ଓ୍ଵାତ୍‌ସ୍‌।

ପିଲାଙ୍କ ଭୁଲ୍‌କୁ ମାଫ୍‌ କରି ଦିଆଯିବା ପରି ପ୍ରଥମ କରି ପଥର ଫିଙ୍ଗିଥିବା ପଥର ଫିଙ୍ଗାଳିଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯାଉ। ସେମାନଙ୍କ ଭବିଷ୍ୟତ ବିପଦଗ୍ରସ୍ତ କରା ନ ଯାଉ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିବାର ଅଳ୍ପ କେଇ ଦିନ ପରେ ବିଜେପି ସାଂସଦ ଏ ଭଳି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe