ମାଲ୍‌ଦାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଉପରେ ପଥର ମାଡ଼

Advertisment
ମାଲ୍‌ଦାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଉପରେ ପଥର ମାଡ଼

OpIndia

ନୂଆଦିଲ୍ଲୀ : ହାୱଡ଼ା-ନ୍ୟୁ ଜଲପାଇଗୁଡ଼ି ବ‌ନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉପରେ ଆଜି ପଶ୍ଚିମବଙ୍ଗର ମାଲ୍‌ଦା ଜିଲ୍ଲାରେ ପଥର ମାଡ଼ ହୋଇଛି। ଏକ୍ସପ୍ରେସ ଟ୍ରେନ୍‌ ଶୁଭାରମ୍ଭ ହେବାର ମାତ୍ର କିଛିଦିନ ପରେ ଏହି ଘଟଣା ଘଟିଛି। ଉକ୍ତ ଘଟଣାକୁ ନେଇ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ବିଜେପି ଏହି ଘଟଣାରେ ଏନ୍‌ଆଇଏ ତଦନ୍ତ ଦାବି କରିଛି। ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକ୍ସପ୍ରେସ ଟ୍ରେନ୍‌ ଉଦ୍‌ଘାଟନ ଦିନ ‘ଜୟ ଶ୍ରୀରାମ ସ୍ଲୋଗାନ୍‌’ର ପ୍ରତିଶୋଧରେ ଏହା କରଯାଇଛି କି ବୋଲି ଅଧିକାରୀ ପ୍ରଶ୍ନ କରିଛନ୍ତି।

ତେବେ ଟିଏମ୍‌ସି ତୁରନ୍ତ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି କହିଛି, ପଶ୍ଚିମବଙ୍ଗ ବିରୋଧରେ ନକରାତ୍ମକ ପ୍ରଚାର କରାଯାଉଛି। ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ବନ୍ଦେ ଭାରତ ଟ୍ରେନ୍‌କୁ କେଉଁମାନେ ନ‌ଷ୍ଟ କରିବାକୁ ଚାହିଛନ୍ତି ସେନେଇ ସଠିକ୍‌ ତଦନ୍ତ ହେବା ଆବଶ୍ୟକ। ପଶ୍ଚିମବଙ୍ଗ ବିରୋଧରେ ଏହା ଏକ ନକରାତ୍ମକ ପ୍ରଚାର। ଉଲ୍ଲେଖଯୋଗ୍ୟ ଯେ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉଦ୍‌ଘାଟନ ଉତ୍ସବ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିବା ପରେ ଉପସ୍ଥିତ ଥିବା କିଛି ଲୋକ ‘ଜୟ ଶ୍ରୀରାମ ସ୍ଲୋଗାନ’ ଦେଇଥିଲେ। ମମତା ଉକ୍ତ ଘଟଣାରେ ତୀବ୍ର ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ମଞ୍ଚ ଉପରକୁ ଚଢ଼ି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe