ବିଳମ୍ବରେ ଚାଲୁଥିବା ଯୋଗୁଁ ଟ୍ରେନ ଉପରକୁ ପଥର ମାଡ଼ କଲେ ଯାତ୍ରୀ

Advertisment
ବିଳମ୍ବରେ ଚାଲୁଥିବା ଯୋଗୁଁ ଟ୍ରେନ ଉପରକୁ ପଥର ମାଡ଼ କଲେ ଯାତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍‌ ନିର୍ଦ୍ଧାରିତ ସମୟଠାରୁ ଯଥେଷ୍ଟ ବିଳମ୍ବରେ ଚାଲୁଥିଲା। ଏଥିରେ ଯାତ୍ରୀମାନେ ଉତ୍‌କ୍ଷିପ୍ତ ହୋଇଥିଲେ। ଯାତ୍ରୀମାନେ ହମସଫର୍‌ ଏକ୍ସପ୍ରେସ୍‌,ଫିରୋଜପୁର ଶତାବ୍ଦୀ ଓ ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍‌ ଉପରକୁ ପଥର ମାଡ କରିଥିଲେ। ଏହାଫଳରେ ଟ୍ରେନ ଗୁଡିକର ୨୫ ଟି ଝରକାର କାଚ ଭାଙ୍ଗି ଯାଇଥିବା ଜଣାଯାଇଛି। ତେବେ ଏହାଦ୍ୱାରା କୌଣସି ଯାତ୍ରା ହତାହତ ହେବାର ସୂଚନା ମିଳିନାହିଁ।
ଏହି ଘଟଣାରେ ଫିରୋଜପୁର ଶତାବ୍ଦୀ ଉପରକୁ ପଥରମାଡ କରୁଥିବା ଚାରିଜଣ ଲୋକଙ୍କୁ ପୁଲିସ ଗିରଫ କରିଥିଲେ। ଏହି ଟ୍ରେନ ଉପରେ ସନ୍ଧ୍ୟା ୪ଟା ୪୫ ମିନିଟ୍‌ ସମୟରେ ଦୟାବସ୍ତି ଷ୍ଟେସନ ପାଖରେ ପଥରମାଡ଼ ହୋଇଥିଲା। ଏହାପରେ ଡ୍ରାଇଭର୍‌ ଟ୍ରେନ୍‌କୁ ଅଟକାଇଥିଲେ। ତା’ପରେ ଟ୍ରେନ୍‌କୁ ଚେକ୍‌ କରାଯାଇଥିଲା ଓ ସେଥିରୁ ଜଣାଗଲା ଯେ, ସାତଟି କୋଚ୍‌ର ୨୫ଟି ଝରକାର କାଠ ଭାଙ୍ଗିଯାଇଛି। ଜମୁତବୀରୁ ତିରୁପତି ଯାଉଥିବା ହମସଫର୍‌ ଏକ୍ସପ୍ରେସ୍‌ ଉପରେ ପଟେଲ ନଗରରୁ ଇନ୍ଦ୍ରପୁରୀ ଷ୍ଟେସନ୍‌ ମଧ୍ୟରେ ପଥର ମାଡ଼ ହୋଇଥିଲା।

publive-image

ଏହି ଟ୍ରେନର ୧୪ ଟି କାଠ ଭାଙ୍ଗିଯାଇଛି। ଠିକ୍‌ ସେହିପରି ନୂଆଦିଲ୍ଲୀରୁ ରାଞ୍ଚି ଯାଉଥିବା ରାଜଧାନୀ ଏକ୍ସପ୍ରେସ ଉପରେ ତିଲକବ୍ରିଜ୍‌-ଗାଜିଆବାଦ୍‌ ଷ୍ଟେସନ୍‌ ମଧ୍ୟରେ ପଥରମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe