ଦକ୍ଷିଣ ଆଫ୍ରିକା: ‘ହୀରା’ ଭାବି ଯାହାକୁ ହଜାର ହଜାର ଲୋକେ ଖୋଳି ନେଲେ ସେସବୁ ନିରୋଳା ‘ବାଲୁକା-ସ୍ଫଟିକ’

Advertisment
ଦକ୍ଷିଣ ଆଫ୍ରିକା: ‘ହୀରା’ ଭାବି ଯାହାକୁ ହଜାର ହଜାର ଲୋକେ ଖୋଳି ନେଲେ ସେସବୁ ନିରୋଳା ‘ବାଲୁକା-ସ୍ଫଟିକ’

Image Courtesy of Reuters

ନୂଆଦିଲ୍ଲୀ: ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଅନ୍ତର୍ଗତ କ୍ବାଜୁଲୁ-ନାତାଲ ପ୍ରଦେଶର ଗୋଟାଏ ପାହାଡ଼ିଆ ଅଞ୍ଚଳରୁ ହଜାର ହଜାର ଲୋକେ ରତ୍ନପଥର ବିଚାରି ଯେଉଁଗୁଡ଼ିକୁ ନେବା ପାଇଁ ଖୋଳାତଡ଼ା କରିଥିଲେ ସେ ସବୁ ମାମୁଲି ‘ବାଲୁକା-ସ୍ଫଟିକ’ ବୋଲି ରବିବାର ଦିନ ହୋଇଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି।

ପ୍ରଥମେ ଜଣେ ଗାଈଆଳ ଖୋଳି ପାଇଥିବା ଏହି ‘ରତ୍ନପଥର’କୁ ଲୋକେ ହୀରା ବୋଲି ମନେକରିଥିଲେ। ଏ କଥା ପ୍ରଘଟ ହୋଇଯିବା ପରେ ଜୋହାନ୍‌ସ୍‌ବର୍ଗର ଦକ୍ଷିଣପୂର୍ବକୁ ପ୍ରାୟ ୩୦୦ କିଲୋମିଟର୍ ଦୂର ‘ଡୋଲ୍‌ରାଇଟ୍‌’ ନାମକ ସେ ପଥୁରିଆ ଅଞ୍ଚଳକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା। ରତ୍ନ ସନ୍ଧାନରେ ସେମାନେ ସେ ଅଞ୍ଚଳର ଚାରିଆଡ଼େ ଖୋଳାଖୋଳି ଆରମ୍ଭ କରି ଦେଇଥିଲେ। ଦିନେ ସେଠାରେ ୩ ହଜାର ଲୋକ ଖୋଳାଖୋଳି କରୁଥିବା କଥା ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଗଣିଥିବା କଥା ରିପୋର୍ଟ କରିଛନ୍ତି।

publive-image Image Courtesy of NDTV

ଖବର ପାଇବା ପରେ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ଲାଗି ସରକାର ତୁରନ୍ତ ସେଠାକୁ ଭୂବିଜ୍ଞାନୀ ଏବଂ ଖଣି ବିଶେଷଜ୍ଞମାନଙ୍କୁ ପଠାଇଲେ। ପରୀକ୍ଷା କରିବା ପରେ ଜଣାପଡ଼ିଲା ସେ ଅଞ୍ଚଳରୁ ମିଳିଥିବା ରତ୍ନପଥରଗୁଡ଼ିକ ହୀରା ନୁହେଁ। ସେଗୁଡ଼ିକ ହେଉଛି ‘ବାଲୁକା-ସ୍ଫଟିକ’। ମୂଲ୍ୟାୟନ ହୋଇ ନ ଥିଲେ ବି ହୀରା ତୁଳନାରେ ସେସବୁର ମୂଲ୍ୟ ଯଥେଷ୍ଟ କମ୍ ହେବ ବୋଲି ବିବୃତି ଜାରି କରି ସେଠାକାର ଆଞ୍ଚଳିକ ସରକାର କହିଛନ୍ତି।

ଜୁନ୍ ୧୨ ତାରିଖରୁ ଆଜିଯାଏଁ ଲୋକେ ସେ ଅଞ୍ଚଳରେ ପ୍ରାୟ ୫୦ ହେକ୍ଟର୍‌ ଭଳି ଜାଗା ଖୋଳି ନାରଖାର କରି ପକାଇଲେଣି। ଏହି ଗର୍ତ୍ତ ସବୁ ଗୋରୁଗାଈଙ୍କ ନିମନ୍ତେ ବିପଦର କାରଣ ହେବ। ଏତେ ଗହଳି ହେତୁ ସେଠାରେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe