ଲୋହିତ ସାଗର ଜାହାଜ ଉପରେ ଆକ୍ରମଣ ବନ୍ଦ କର, ନଚେତ ପରିଣାମ ଭୋଗିବ: ହାଉତୀକୁ ସତର୍କ କଲା ଆମେରିକା

Advertisment
ଲୋହିତ ସାଗର ଜାହାଜ ଉପରେ ଆକ୍ରମଣ ବନ୍ଦ କର, ନଚେତ ପରିଣାମ ଭୋଗିବ: ହାଉତୀକୁ ସତର୍କ କଲା ଆମେରିକା

Image Courtesy of Apa.az

ୱାସିଂଟନ୍‌: ଲୋହିତ ସାଗ‌ରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ନ କଲେ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ୧୨ଟି ମିତ୍ର ରାଷ୍ଟ୍ର ହାଉତୀ ବିଦ୍ରୋହୀମାନଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଗାଜାରେ ଚାଲିଥିବା ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରତ୍ୟୁତ୍ତର ଭାବେ ଡିସେମ୍ବର ୧୯ରୁ ଏଯାବତ୍‌ ୟେମେନ୍‌ର ହାଉତୀ ଆତଙ୍କବାଦୀମାନେ ଲୋହିତ ସାଗରରେ ଅନ୍ୟୂନ ୨୩ ଜାହାଜ ଉପରେ ଆକ୍ରମଣ କରିଛନ୍ତି।

ହାଉତୀ ଆକ୍ରମଣ ଅବ୍ୟାହତ ରହିଲେ କେଉଁ ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ବିଷୟରେ ସୂଚନା ଦେବାକୁ ଅଗ୍ରାହ୍ୟ କରି ବାଇଡେନ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଇରାନ୍‌ ସମର୍ଥିତ ହାଉତୀ ବିଦ୍ରୋହୀମାନେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କଠାରୁ ଆଉ ଚେତାବନୀ ଆଶା କରିବା ବୃଥା।

publive-image Image Courtesy of Financial Times

ଲୋହିତ ସାଗରରେ ହାଉତୀ ବିଦ୍ରୋହୀମାନେ ଚଳାଇଥିବା ଆକ୍ରମଣକୁ ନିନ୍ଦା କରି ବୁଧବାର ଦିନ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ମିଳିତ ବିବୃତି ଜାରି କରିବା ସହିତ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ କିଛି ନୀତିନିୟମ ପ୍ରସ୍ତୁତି କରିଛନ୍ତି ବୋଲି ପରିଚୟ ଗୁପ୍ତ ରଖିବାକୁ ଅନୁରୋଧ କରି ହ୍ବାଇଟ୍‌ ହାଉସ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ବିବୃତିରେ ସ୍ବାକ୍ଷର କରିଥିବା ରାଷ୍ଟ୍ରସମୂହରେ ହେଲେ, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ବାହରିନ୍‌, ବେଲ୍‌ଜିୟମ୍‌, କାନାଡା, ଡେନ୍‌ମାର୍କ, ଜର୍ମାନି, ଇଟାଲି, ଜାପାନ, ନେଦର୍‌ଲାଣ୍ଡ୍‌ସ୍‌, ନିଉଜିଲାଣ୍ଡ୍‌, ସିଙ୍ଗାପୁର ଓ ଇଂଲଣ୍ଡ।

ସ୍ବାକ୍ଷରକାରୀ ଦେଶସମୂହ କହିଛନ୍ତି, ଆମେ ଆମର ବାର୍ତ୍ତା ସ୍ପଷ୍ଟ କରି ଦେଉଛୁ: ବେଆଇନ ଆକ୍ରମଣ ତୁରନ୍ତ ବନ୍ଦ କରିବା ଓ ଅଟକ ରଖାଯାଇଥିବା ଜାହାଜ ଓ ନାବିକମାନଙ୍କୁ ମୁକ୍ତ କରିବା ଲାଗି ଆମେ ଆହ୍ବାନ ଦେଉଛୁ। ଜନଜୀବନ, ବୈଶ୍ବିକ ଅର୍ଥନୀତି ଓ ସେ ଅଞ୍ଚଳର ଗୁରୁତ୍ବପୂର୍ଣ୍ଣ ଜଳପଥରେ ଅବାଧ ବାଣିଜ୍ୟ ପ୍ରତି ବିପଦ ସୃଷ୍ଟି କଲେ ପରିଣାମ ପାଇଁ ହାଉତୀମାନେ ଦାୟୀ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe