କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ ସୁପ୍ରିମକୋର୍ଟ

Advertisment
କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ ସୁପ୍ରିମକୋର୍ଟ

ndtv.com

ନୂଆଦିଲ୍ଲୀ: କିଛି ଲୋକ ଟଙ୍କା ପାଇଁ କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ବ୍ୟବହାର କରୁଥିବା ଦେଖାଯାଉଛି | ସେମାନଙ୍କ ନାଁରେ ପାଣ୍ଠି ସଂଗ୍ରହ କରିବା ସହ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବିଜ୍ଞାପନ ଦେଉଛନ୍ତି | ଏନେଇ ଅଭିଯୋଗ ହେବା ପରେ ଆଜି ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି | କୌଣସି ଏନଜିଓ ଯେମିତି କରୋନାରେ ଅନାଥ ହୋଇଥିବା ପିଲାମାନଙ୍କ ନାମରେ ପାଣ୍ଠି ସଂଗ୍ରହ ନକରନ୍ତି, ସେ ନେଇ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି |

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ଏନଜିଓ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, "ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ସେହି ଏନଜିଓ / ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର / କେନ୍ଦ୍ର ଅଞ୍ଚଳ ନିର୍ଦ୍ଦେଶ ଦିଆଯାଉଛି। କାରଣ ଜୁଭେନାଇଲ୍ ଜଷ୍ଟିସ୍ (ଜେଜେ) ଅଧିନିୟମ, ୨୦୧୫ ଅନୁଯାୟୀ କୌଣସି ପ୍ରଭାବିତ ଶିଶୁଙ୍କୁ ଗ୍ରହଣ କରିବାକୁ ଅନୁମତି ଦିଆଯାଉ ନାହିଁ।"

SC orders tough action against illegal calls for COVID-19 orphaned children adoption - The Hindu The Hindu

ବେସରକାରୀ ବ୍ୟକ୍ତି ଏବଂ ସଂଗଠନ ମାଧ୍ୟମରେ କରୋନା ଦ୍ୱାରା ଅନାଥ ହୋଇଯାଇଥିବା ପିଲାମାନଙ୍କୁ ବେଆଇନ ଭାବେ ଗ୍ରହଣ କରାଯାଉଥିବା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିସିଆର) ଅଭିଯୋଗ କରିଥିଲା | ଏହା ସହ ମେ' ମାସରେ ଅନେକ ବେସରକାରୀ ବ୍ୟକ୍ତି ଏବଂ ସଂଗଠନ କରୋନା ଦ୍ୱାରା ଅନାଥ ହୋଇଥିବା ପିଲାମାନଙ୍କର ସକ୍ରିୟ ତଥ୍ୟ ସଂଗ୍ରହ କରିବା ସହ ସେମାନେ ପୋଷ୍ୟ ସନ୍ତାନ ଏବଂ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ଦାବି କରିଥିବା ନେଇ ଅଭିଯୋଗ କରିଥିଲା। ଏନସିପିସିଆର ଏହି ଅଭିଯୋଗ ପରେ ଆଜି ଏହି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe