ବ୍ୟାପକ ହିଂସା ପରେ ମରାଠା ଆନ୍ଦୋଳନ ପ୍ରତ୍ୟାହୃତ

Advertisment

ଜଣେ ବିକ୍ଷୋଭକାରୀଙ୍କ ଆତ୍ମହତ୍ୟା, କଥାବାର୍ତ୍ତା ପାଇଁ ସରକାରଙ୍କ ପ୍ରତିଶ୍ରୁତି

ଜଣେ ବିକ୍ଷୋଭକାରୀଙ୍କ ଆତ୍ମହତ୍ୟା, କଥାବାର୍ତ୍ତା ପାଇଁ ସରକାରଙ୍କ ପ୍ରତିଶ୍ରୁତି

ବ୍ୟାପକ ହିଂସା ପରେ ମରାଠା ଆନ୍ଦୋଳନ ପ୍ରତ୍ୟାହୃତ

NDTV.com

ମୁମ୍ବାଇ: ମହାରାଷ୍ଟ୍ରରେ ସଂରକ୍ଷଣକୁ ନେଇ ମରାଠାଙ୍କ ପକ୍ଷରୁ ଚାଲିଥିବା ବନ୍ଦ ଓ ଆନ୍ଦୋଳନ ଆଜି ପ୍ରତ୍ୟାହାର କରିନିଆଯାଇଛି। ଦିନସାରା ବ୍ୟାପକ ହିଂସାକାଣ୍ଡ ଓ ବିକ୍ଷୋଭ ପରେ ଆନ୍ଦୋଳନକାରୀ ଶାନ୍ତ ପଡ଼ିଥିଲେ। ଗତକାଲି ଆନ୍ଦୋଳନ ଉଗ୍ର ରୂପ ନେବା ପରେ ବୁଧବାର ନଭି ମୁମ୍ବାଇ ଓ ଥାନେରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ବୋଲି ମରାଠା କ୍ରାନ୍ତି ସମାଜ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଆଜି ଆନ୍ଦୋଳନ ଅଧିକ ଘନୀଭୂତ ହୋଇଥିଲା। ଆନ୍ଦୋଳନକାରୀମାନେ ମୁମ୍ବାଇ-ପୁନେ ରାଜପଥ ଏବଂ ପୂର୍ବାଞ୍ଚଳ ରାଜପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। କେତେକ ସ୍ଥାନରେ ରେଳ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଥିଲା। ଯୋଗେଶ୍ୱରୀ ଓ ଥାନେ ନିକଟରେ ଅନେକ ଲୋକାଲ୍‌ ଟ୍ରେନ୍‌ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ସବୁ ଘଟଣା ପରେ ଆଜି ଅପରାହ୍ନରେ ମରାଠା ନେତାମାନେ ମୁମ୍ବାଇ ବନ୍ଦକୁ ପ୍ରତ୍ୟାହାର କରିନେଇଥିଲେ। ଏହାବ୍ୟତୀତ ମହାରାଷ୍ଟ୍ରର ଅନ୍ୟ ସ୍ଥାନରେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ସଂରକ୍ଷଣ ବାବଦରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ କହିଛନ୍ତି। ଆଜି ଜଣେ ଆନ୍ଦୋଳନକାରୀ ଆଜି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ମରାଠା କ୍ରାନ୍ତି ମୋର୍ଚ୍ଚା ସମନ୍ଵୟ କମିଟି ସଦସ୍ୟ ବୀରେନ୍ଦ୍ର ପାଓ୍ଵାର କହିଛନ୍ତି, ମରାଠା ସଂରକ୍ଷଣ ଆନ୍ଦୋଳନ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe