ପ୍ରଫେଟ ଟିପ୍ପଣୀ: ନୂପୁରଙ୍କ ଗିରଫଦାରୀ ଉପରେ ରୋକ, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା

Advertisment

ସବୁ ଏଫ୍‌ଆଇଆର୍‌ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନୋଟିସ୍‌

ସବୁ ଏଫ୍‌ଆଇଆର୍‌ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନୋଟିସ୍‌

ପ୍ରଫେଟ ଟିପ୍ପଣୀ: ନୂପୁରଙ୍କ ଗିରଫଦାରୀ ଉପରେ ରୋକ, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା

Image Courtesy of India Today

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ବୟାନ ମାମଲାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଆଜି ସୁପ୍ରିମକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ନୂପୁର ଶର୍ମାଙ୍କୁ କୋର୍ଟ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ନୂପୁର ଶର୍ମାଙ୍କୁ ଗିରଫ କରାଯାଇପାରିବ ନାହିଁ । ସେହିପରି ଉକ୍ତ ସମୟରେ ମଧ୍ୟ ନୂପୁରଙ୍କ ବିରୋଧରେ କୌଣସି ନୂଆ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ନୂପୁରଙ୍କ ବିରୋଧରେ ଦେଶବ୍ୟାପୀ ବିଭନ୍ନ ରାଜ୍ୟରେ ୯ଟି ଏତଲା ରୁଜୁ ହୋଇଛି। ଦିଲ୍ଲୀରେ ଗୋଟିଏ ଏତଲା, ମହାରାଷ୍ଟ୍ରରେ ୫ଟି, ପଶ୍ଚିମବଙ୍ଗରେ ୨ଟି ଏବଂ ତେଲେଙ୍ଗାନାରେ ଗୋଟିଏ ଏତଲା ରୁଜୁ ହୋଇଛି। ସମସ୍ତ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନୂପୂର କୋର୍ଟରେ ଆବେଦନ କରିଥିଲେ। ନୂପୁରଙ୍କ ଏହି ଆବେଦନ ଉପରେ କୋର୍ଟ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟମାନଙ୍କୁ ନୋଟିସ୍‌ କରିଛନ୍ତି। ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ ହେବ। ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ରାୟ ତାଙ୍କ ଜୀବନ ପ୍ରତି ବିପଦକୁ ଆହୁରି ବଢ଼ାଇ ଦେଇଥିବା ଦର୍ଶାଇ ନୂପୁର ପୁନଃ ଆବେଦନ କରିଥିଲେ ଏବଂ ଆଜି ଏହାର ଶୁଣାଣି କରି କୋର୍ଟ ନୂପୁରଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି।

ନୂପୁର ଶର୍ମାଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ମନିନ୍ଦର ସିଂହ କୋର୍ଟରେ ଯୁକ୍ତି ରଖିଥିଲେ। ମନିନ୍ଦର କହିଥିଲେ, ସୁପ୍ରିମକୋର୍ଟ ଗତ ଜୁଲାଇ ୧ ତାରିଖରେ ନୂପୁରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିନଥିଲେ। ଶର୍ମାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ରାଜ୍ୟମାନଙ୍କରେ ସେ ହାଇକୋର୍ଟରେ ଆବେଦନ କରିବାକୁ କୋର୍ଟ କହିଥିଲେ। କିନ୍ତୁ ନୂପୁରଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ବିଭିନ୍ନ ରାଜ୍ୟ ବୁଲିବା ଅସମ୍ଭବ ବୋଲି ତାଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ଏହା ଅନୁଧ୍ୟାନ କରିବାପରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ମାମଲା ରୁଜୁ ହୋଇଥିବା ରାଜ୍ୟମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅଗଷ୍ଟ ୧୦ ସୁଦ୍ଧା ଏହି ମାମଲାରେ ଜବାବ ରଖିବାକୁ କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe