ଡିଜେଲ କାର ତିଆରି କରିବା ବନ୍ଦ କର, ନଚେତ୍... : ଗଡ଼କରୀ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ବୟାନ ଦେଇଛନ୍ତି । ଡିଜେଲ ଗାଡ଼ିକୁ ବିଦାୟ ଦେବାକୁ ସେ କମ୍ପାନି ଓ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଡିଜେଲ ଯାନ ଉତ୍ପାଦନ ବନ୍ଦ କରିବାକୁ କାର୍ ନିର୍ମାତାଙ୍କୁ ସେ ନିବେଦନ କରିଛନ୍ତି।

ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ  ଲାଗୁହେଲା ନୂତନ ଦରମା ହାର

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ବୟାନ ଦେଇଛନ୍ତି । ଡିଜେଲ ଗାଡ଼ିକୁ ବିଦାୟ ଦେବାକୁ ସେ କମ୍ପାନି ଓ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନୀତିନ ଗଡ଼କରୀ ଡିଜେଲକୁ ବିଦାୟ ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଡିଜେଲ ଯାନ ଉତ୍ପାଦନ ବନ୍ଦ କରିବାକୁ କାର୍ ନିର୍ମାତାଙ୍କୁ ସେ ନିବେଦନ କରିଛନ୍ତି।

 ଗଡ଼କରୀ କହିଛନ୍ତି ଯେ ଯଦି ଡିଜେଲ ଯାନର ଉତ୍ପାଦନ ଶୀଘ୍ର ବନ୍ଦ କରାନଯାଏ, ତେବେ ସେ ଏହି ଯାନଗୁଡିକ ଉପରେ ଏତେ ଟିକସ ଲଗାଇବେ ଯେ ଏହାକୁ ବିକ୍ରି କରିବା କଷ୍ଟକର ହେବ । ଗଡକରୀଙ୍କ କହିବା ଅନୁଯାୟୀ, ଆମକୁ ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଛାଡି ପ୍ରଦୂଷଣ ମୁକ୍ତର ଏକ ନୂଆ ମାର୍ଗରେ ଯିବାକୁ ପଡିବ ।

 ଗଡ଼କରୀ କହିଛନ୍ତି ଯେ ଯଦି ଡିଜେଲ ଯାନର ଉତ୍ପାଦନ ଶୀଘ୍ର ବନ୍ଦ କରାନଯାଏ, ତେବେ ସେ ଏହି ଯାନଗୁଡିକ ଉପରେ ଏତେ ଟିକସ ଲଗାଇବେ ଯେ ଏହାକୁ ବିକ୍ରି କରିବା କଷ୍ଟକର ହେବ । ଗଡକରୀଙ୍କ କହିବା ଅନୁଯାୟୀ, ଆମକୁ ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଛାଡି ପ୍ରଦୂଷଣ ମୁକ୍ତର ଏକ ନୂଆ ମାର୍ଗରେ ଯିବାକୁ ପଡିବ ।  ଇନ୍ଧନ ପ୍ରଦୂଷଣ ଏବଂ ଏହାର ଆମଦାନୀ ହ୍ରାସ କରିବା ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ମୁଁ ଅର୍ଥମନ୍ତ୍ରୀଙ୍କଠାରୁ ଡିଜେଲ ଯାନ ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସଟି ଦାବି କରିବି ।

ଏହା ପୂର୍ବରୁ ନୀତିନ ଗଡ଼କରୀ ତାଙ୍କ କାର୍ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ମୋ କାର ଇଥାନଲରେ ଚାଲିଥାଏ। ଯଦି ଆପଣ ଏହି କାରକୁ ପେଟ୍ରୋଲ ସହ ତୁଳନା କରନ୍ତି ତେବେ ଏହାର କିଲୋମିଟର ପିଛା ଖର୍ଚ୍ଚ ୨୫ ଟଙ୍କା ଥିବା ବେଳେ ଇଥାନଲର ଖର୍ଚ୍ଚ ଆହୁରି କମ୍ । ଗୋଟିଏ ଲିଟର ଇଥାନଲର ମୂଲ୍ୟ ୬୦ ଟଙ୍କା ଥିବା ବେଳେ ପେଟ୍ରୋଲ ଦର ୧୨୦ ଟଙ୍କାରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe