ଅର୍ଥହୀନ ସଂଶୋଧନଗୁଡିକର ପୁନରାବୃତ୍ତି ନକରି ଆଗାମୀ ବୈଠକ ପାଇଁ ଠୋସ୍ ପ୍ରସ୍ତାବ ଦିଅନ୍ତୁ ସରକାର: କୃଷକ ସଂଗଠନ

Advertisment
ଅର୍ଥହୀନ ସଂଶୋଧନଗୁଡିକର ପୁନରାବୃତ୍ତି ନକରି ଆଗାମୀ ବୈଠକ ପାଇଁ ଠୋସ୍ ପ୍ରସ୍ତାବ ଦିଅନ୍ତୁ ସରକାର: କୃଷକ ସଂଗଠନ

indiatoday

ନୂଆଦିଲ୍ଲୀ: ଆଜକୁ ୨୮ଦିନ ହେଲାଣି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ଅନେକ ଥର ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ବୁଝାମଣା ନେଇ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଜି ମଧ୍ୟ କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀଙ୍କ ସହ ବୈଠକ କରିବା ପାଇଁ ପ୍ରସ୍ତାବ ପଠାଇଥିବା ବେଳେ କୌଣସି ପ୍ରକାରର ବୈଠକ କରିବାକୁ ସିଧା ସିଧା ମନା କରି‌ଦେଇଛନ୍ତି କୃଷକ ସଂଗଠନ।

किसान संगठन ने कहा कि सरकार खुले मन से बातचीत के लिए बुलाए (पीटीआई) aajtak

ସରକାରଙ୍କ ପ୍ରସ୍ତାବକୁ ନମାନିବା ସହ ଆମେ କୃଷି ବିଲରେ କୌଣସି ସଂଶୋଧନ ଆଣିବାକୁ ଚାହୁଁନାହୁଁ ବରଂ ଆମେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁଛୁ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ସିଙ୍ଘୁ ସୀମାରେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବୁଧବାର କୃଷକ ସଂଗଠନର ଏକ ବୈଠକ ଡକାଯାଇଥିଲା। ବୈଠକ ପରେ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆମେ ତିନିଟି ଆଇନରେ କୌଣସି ପରିବର୍ତ୍ତନ ବିଷୟରେ କହୁ ନାହୁଁ ବରଂ ଏହି ଆଇନର ପ୍ରତ୍ୟାହାର ଦାବି କରୁଛୁ। ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ସମ୍ପର୍କରେ ସରକାରଙ୍କ ତରଫରୁ ଆସିଥିବା ପ୍ରସ୍ତାବରେ ସଠିକ ବିବରଣୀ ଦିଆଯାଇନାହିଁ। ସରକାର ବାରମ୍ବାର କୌଣସି ଅର୍ଥହୀନ ସଂଶୋଧନର ପ୍ରସ୍ତାବ ଦେବା ପରିବ‌ର୍ତ୍ତେ ଆଗାମୀ ବୈଠକ ପାଇଁ ଠୋସ ପ୍ରସ୍ତାବ ନେଇ ଆସନ୍ତୁ। ଠୋସ ପ୍ରସ୍ତାବ ଦେବା ପରେ ହିଁ ଆମେ ଆଗାମୀ ବୈଠକ ପାଇଁ ରାଜି ହେବୁ। ଆମେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିସାରିଛୁ ଯେ, ବିରୋଧ କରୁଥିବା କୃଷକମାନେ ସଂଶୋଧନକୁ ଗ୍ରହଣ କରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe