Image Courtesy of Hindustan Times
ନୂଆଦିଲ୍ଲୀ: ନକଲି ଖଦି ଉତ୍ପାଦଗୁଡ଼ିକୁ ସ୍ଥାନ ନ ଦେବା ଲାଗି ଖଦି ଓ ଗ୍ରାମୀଣ ଶିଳ୍ପ କମିସନ୍ ଆମାଜନ୍, ଫ୍ଲିପ୍କାର୍ଟ, ସ୍ନାପ୍ଡିଲ୍ ଏବଂ ଅନ୍ୟାନ୍ୟ ଇ-କମର୍ସ ପୋର୍ଟାଲ୍ମାନଙ୍କୁ ଆଦେଶ ଦେଇଛନ୍ତି। ଉତ୍ପାଦ ବିକ୍ରି କରିବାକୁ ଖଦି ଇଣ୍ଡଆ ବ୍ରାଣ୍ଡ୍ ବ୍ୟବହାର କରୁଥିବା ଅନ୍ୟୂନ ୧୦୦୦ କମ୍ପାନିଙ୍କ ପାଖକୁ ଲିଗାଲ୍ ନୋଟିସ୍ ପଠାଯାଇଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଏକ ବିବୃତିରେ କହିଛି।
ବିବୃତିରେ ଉଲ୍ଲେଖ ଅଛି ଯେ, ଏହି ଇ-କମର୍ସ ପୋର୍ଟାଲ୍ ସବୁ ଖଦି ମାସ୍କ୍, ହର୍ବାଲ୍ ସାବୁନ, ସାମ୍ପୁ, କସ୍ମେଟିକ୍, ହର୍ବାଲ୍ ମେହେନ୍ଦି, ଜ୍ୟାକେଟ୍, କୁର୍ତ୍ତା ଏବଂ ଏଭଳି ଅନେକ ସାମଗ୍ରୀକୁ ଖଦି ବ୍ରାଣ୍ଡ୍ ବ୍ୟବହାର କରି ବିଭିନ୍ନ ବିକ୍ରେତାଙ୍କ ଜରିଆରେ ବିକ୍ରୟ କରୁଛନ୍ତି। ଆୟୁଷ ଇ-ଟ୍ରେଡର୍ସ ନାମକ ଏକ ସଂସ୍ଥାନ ଦ୍ବାରା ବିକ୍ରୟ ହେଉଥିବା ଏ ଭଳି ଅଧିକାଂଶ ସାମଗ୍ରୀକୁ ହଟାଇ ଦିଆଯାଇଛି। ବାଗଡ଼ର ଖଦି ଉତ୍ପାଦ ଭାବେ ବିକ୍ରୟ ହେଉଥିବା ବିଭିନ୍ନ ଉତ୍ପାଦ ବିକ୍ରୟ କରୁଥିବା ୧୪୦ଟି ଲିଙ୍କ୍କୁ ହଟାଇ ଦିଆଯାଇଥିବା କଥା ଏହି ଫାର୍ମ ‘କେଭିଆଇସି’କୁ ସୁନିଶ୍ଚିତ କରି କହିଛି।
Image Courtesy of Money Controlବିବୃତିରେ ଆହୁରି କୁହାଯାଇଛି ଯେ, ଲକ୍ଡାଉନ୍ ମାସଗୁଡ଼ିକରେ ନକଲି ଖଦି ଉତ୍ପାଦ ବିକ୍ରି ବହୁ ପରିମାଣରେ ବୃଦ୍ଧି ପାଇଥିଲା।
ଖଦି ନାମରେ ଅନଧିକୃତ ଭାବେ କସ୍ମେଟିକ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ବିକ୍ରୟ କରୁଥିବା ଖଦି ଏସେନ୍ସିଆଲ୍ ଏବଂ ଖଦୀ ଗ୍ଲୋବାଲ୍ ନାମକ ଦୁଇଟି ଫାର୍ମକୁ ‘କେଭିଆଇସି’ ଗତ ମାସରେ ଲିଗାଲ୍ ନୋଟିସ୍ ଜାରି କରିଥିଲା।
Follow Us