ତୌକ୍‌ତେ ବାତ୍ୟାରେ ସୌରାଷ୍ଟ୍ର ଅଞ୍ଚଳ ଧ୍ବସ୍ତ: ୧୩ ମୃତ, ୧୬୫୦୦ ଘର ଧ୍ବସ୍ତ

Advertisment

୧୯୬ ରାସ୍ତା ଧୋଇଗଲା, ୪୦ ହଜାର ଗଛ ଉପୁଡ଼ିଲା

୧୯୬ ରାସ୍ତା ଧୋଇଗଲା, ୪୦ ହଜାର ଗଛ ଉପୁଡ଼ିଲା

ତୌକ୍‌ତେ ବାତ୍ୟାରେ ସୌରାଷ୍ଟ୍ର ଅଞ୍ଚଳ ଧ୍ବସ୍ତ: ୧୩ ମୃତ, ୧୬୫୦୦ ଘର ଧ୍ବସ୍ତ

The Weather Channel

ଅହମଦାବାଦ: ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରେ ଗତରାତି ପ୍ରାୟ ସା‌ଢ଼େ ୮ଟାରେ ଭୟଙ୍କର ସାମୁଦ୍ରିକ ଝଡ଼ ତୌକତେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି। ଗିର୍ ସୋମନାଥ ଜିଲ୍ଲା ନିକଟ ଉନା ଠାରେ ଏହା ମାଡ଼ ହୋଇଥିଲା। ଏହାର ପ୍ରଭାବରେ ଦୀର୍ଘ ସମୟ ଧରି ଗୁଜରାଟ ଉପକୂଳରେ ପ୍ରବଳ ଝଡ଼ବର୍ଷା ହୋଇଥିଲା। ବାତ୍ୟାରେ ୧୩ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ପାଖାପାଖି ୨୫୦୦ ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ୧୬୫୦୦ ଘର ଭାଙ୍ଗିରୁଜି ‌ଯାଇଛି। ୪୦ ହଜାର ଗଛ ଉପୁଡ଼ି ପଡ଼ିଛି। ୧୯୬ଟି ରାସ୍ତାରେ ଧୋଇଯାଇଛି। ଏଥିସହିତ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ ଅଞ୍ଚଳର ଅନେକ ନଦୀରେ ବନ୍ୟା ଆସିଛି।

ଗାନ୍ଧୀନଗରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ ତଟରେ ୯୧ ନିଖୋଜ

ଗାନ୍ଧୀନଗରସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ବାପି, ରାଜକୋଟ ଏବଂ ଗାରିଆଧରରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। ଅନ୍ୟ ତଟବର୍ତ୍ତୀ ଅଂଚଳରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବାତ୍ୟା ପ୍ରଭାବରେ ପାଖାପାଖି ୨୫୦୦ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କଟି ଯାଇଥିବାବେଳେ ସେଥିରୁ ୪୮୪ ଗ୍ରାମକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇ ପାରିଛି। କୋଭିଡ ହସ୍ପିଟାଲଗୁଡ଼ିକ ପ୍ରତି ବାତ୍ୟାର ବିପଦ ଯଥେଷ୍ଟ ଅଧିକ ରହିଥିଲା। ତେବେ ପ୍ରାୟ ୧୪୦୦ ହସ୍ପିଟାଲ ମଧ୍ୟରୁ କେବଳ ୧୬ଟି ହସ୍ପିଟାଲରେ ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେଥିରୁ ୧୨ଟିରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ୪ଟି ହସ୍ପିଟାଲ ଡିଜିରେ ଚାଲିଛି। ବାତ୍ୟା ପ୍ରଭାବରେ ଅମରେଲି ଜିଲ୍ଲା ଏବଂ ଗିର୍ ସୋମନାଥ ଜିଲ୍ଲାର ଦୁଇଟି ତହସିଲରେ ସବୁଠୁ ଅଧିକ ବର୍ଷା ହୋଇଛି। ସୋମବାର ସଂଧ୍ୟାରୁ ମଙ୍ଗଳବାର ସକାଳ ୬ଟା ମଧ୍ୟରେ ଅମରେଲି ଜିଲ୍ଲାର ବାଗସାରାରେ ସର୍ବାଧିକ ୨୧୨ ମିମି ବର୍ଷା ହୋଇଛି। ଏଥିସହିତ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟର ୧୧ଟି ତାଲୁକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ରାତି ୮ଟାରୁ ୧୧ଟା ମଧ୍ୟରେ ଗିର ସୋମନାଥ ଜିଲ୍ଲାର କୋଡିନାର ଓ ଉନା ମଧ୍ୟରେ ବାତ୍ୟା ଭୂମିସ୍ପର୍ଶ କରିଥିଲା। ଉନ୍ନା ନିକଟରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ନିରବଚ୍ଛିନ୍ନ ଭାବେ ୧୫୦ କିଲୋମିଟର ରହିଥିଲା। ସୋମବାର ରାତିରେ ବାତ୍ୟା ସୌରାଷ୍ଟ୍ର ଅଞ୍ଚଳ ଅତିକ୍ରମ କରିବା ସମୟରେ ପବନର ବେଗ ୧୬୦ କିଲୋମିଟର ରହିଥିଲା। ଯାହା କି ପରେ ୧୦୦ରୁ ୧୧୦ କିଲୋମିଟରକୁ କମିଯାଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ ତଟରେ ଗତକାଲି ବାର୍ଜ ବୁଡ଼ିଯିବାରୁ ନିଖୋଜ ଥିବା ୯୧ ଜଣଙ୍କର ଆଜି ରାତି ସୁଦ୍ଧା ପତ୍ତା ମିଳିନାହିଁ। ସେମାନଙ୍କୁ ଠାବ କରିବା ପାଇଁ ନୌସେନା ଓ ବାୟୁସେନାର ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe