ଫିଲିପାଇନ୍‌ସରେ ବାତ୍ୟା ‘ଗୋନି’ର ଧ୍ବଂସଲୀଳା

Advertisment

ଲହର ମାଡ଼ି ଆସିଲା ୧୬ ଫୁଟ ଉଚ୍ଚ, ୪ ମୃତ

ଲହର ମାଡ଼ି ଆସିଲା ୧୬ ଫୁଟ ଉଚ୍ଚ, ୪ ମୃତ

ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ

World

ମାନିଲା: ସୁପର ଟାଇଫୁନ୍‌ ‘ଗୋନି’ ପ୍ରଭାବରେ ପୂର୍ବ ଫିଲିପାଇନ୍‌ସରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଅପରାହ୍ନରେ ଫିଲିପାଇନ୍‌ସ ଉପକୂଳରେ ବାତ୍ୟା ‘ଗୋନି’ ମାଡ଼ ହୋଇଥିଲା। ପ୍ରାଥମିକ ଅବସ୍ଥାରେ ଘଣ୍ଟା ପ୍ରତି ୨୨୫ କିଲୋମିଟର ବେଗରେ ପବନ ବହିଥିଲା ଏବଂ ଏହା ବୃଦ୍ଧି ପାଇ ୩୧୦ କିଲୋମିଟରରେ ପହଞ୍ଚିଥିଲା। ବାତ୍ୟା ଯୋଗୁଁ ଫିଲିପାଇନ୍‌ସ ଉପକୂଳବର୍ତ୍ତୀ ସହରଗୁଡ଼ିକ ବ୍ୟାପକ ପ୍ରଭାବିତ ହୋଇଛି। ସହରର ବହୁ କୋଠା, ଗଛ, ଟେଲିଫୋନ୍‌ ଖୁଣ୍ଟି ଭାଙ୍ଗି ଯାଇଛି।

‘ଗୋନି’ ପ୍ରଭାବରେ ସମୁଦ୍ରରେ ୧୬ ଫୁଟ ଉଚ୍ଚର ଲହଡ଼ି ମାଡ଼ି ଆସିଥିଲା। ଫିଲିପାଇନ୍‌ସ ଉପକୂଳରେ ‘ଗୋନି’ ମାଡ଼ କରିବା ପୂର୍ବରୁ ସେଠାକାର ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। କୋଭିଡ-୧୯ ରୋଗୀମାନେ ଚିକିତ୍ସିତ ହେଉଥିବା ସ୍ବତନ୍ତ୍ର ହସ୍ପିଟାଲ୍‌ ଏବଂ ସେମାନଙ୍କ ଆଶ୍ରୟସ୍ଥଳ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଉପକୂଳବର୍ତ୍ତୀ ସହରମାନଙ୍କରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଫିଲିପାଇନ୍‌ସରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe