ବାତ୍ୟା ‘ନାନ୍ମାଡୋଲ’: ଜାପାନରେ ବହିଲା ୨୩୦ କିମି ବେଗରେ ପବନ

Advertisment
ବାତ୍ୟା ‘ନାନ୍ମାଡୋଲ’: ଜାପାନରେ ବହିଲା ୨୩୦ କିମି ବେଗରେ ପବନ

ଇଜୁମି : ସାମୁଦ୍ରିକ ଝଡ଼ ‘ନାନ୍ମାଡୋଲ’ ରବିବାର ରାତିରେ ଦକ୍ଷିଣପୂର୍ବ ଜାପାନକୁ ମାଡ଼ କରିଛି। ଏହାଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଛି। ରବିବାର ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା (ଭାରତୀୟ ସମୟ ଅପରାହ୍ଣ ସାଢ଼େ ୩ଟା)ରେ ବାତ୍ୟା ଜାପାନର କୋଗୋସିମା ନିକଟରେ ଏହା ସ୍ଥଳଭାଗରେ ମାଡ଼ ହୋଇଥିବା ଜାପାନ ପାଣିପାଗ ବିଭାଗ ପ୍ରକାଶ କରିଛି।

ଦକ୍ଷିଣପଶ୍ଚିମ କ୍ୟୁସୁ ଅଞ୍ଚଳରେ ୨୩୪ କିମି ବେଗରେ ପବନ ବହିବା ସହ ୨୪ ଘଣ୍ଟାରେ ୫୦୦ ମିମି ବର୍ଷା ହୋଇଛି। ଅତି କମ୍‌ରେ ୨୦ ହଜାର ଲୋକଙ୍କୁ ରାତିରେ କ୍ୟୁସୁର କୋଗୋସିମା ଓ ମିୟାଜାକିରେ ଆଶ୍ରୟସ୍ଥଳରେ ରହିବାକୁ ପଡ଼ିଥିଲା। ପାଣିପାଗ ବିଭାଗର ଚେତାବନୀ ପରେ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଝଡ଼ତୋଫାନ ସହ ଆଗରୁ ଏତେ ବର୍ଷା କେବେ ହୋଇ ନ ଥିଲା ବୋଲି ପାଣିପାଗ ପରିଚାଳନା ବିଭାଗ ମୁଖ୍ୟ ହିରୋ କାଟୋ କହିଛନ୍ତି।

publive-image Twitter

ଜାପାନରେ ଚାଲିଛି ଏବେ ବାତ୍ୟା ଋତୁ ଏବଂ ବର୍ଷକୁ ହାରାହାରି ୨୦ଟି ବାତ୍ୟାର ସମ୍ମୁଖୀନ ହେଉଛି ଦେଶ। ଏଥି ସହ ପ୍ରବଳ ବର୍ଷା ବି ହେଉଛି ଏବଂ ତଜ୍ଜନିତ ଭୂସ୍ଖଳନ ଓ ଅଚାନକ ବନ୍ୟା (ଫ୍ଲାସ୍‌ଫ୍ଲଡ୍‌) ବି ହେଉଛି। ୨୦୧୯ରେ ଝଡ଼ ‘ହାଜିବିସ୍’ ୧୦୦ ଲୋକଙ୍କ ଜୀବନ ନେଇଥିଲା। ୨୦୧୮ରେ ବନ୍ୟା ଓ ଭୂସ୍ଖଳନ ଫଳରେ ୨୦୦ରୁ ଅଧିକ ଲୋକ ମରିଥିଲେ। ଜଳବାୟୁ ପରିବର୍ତ୍ତନ ଏପରି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି କାରଣ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe