ସଂସଦର ଆଦାନୀ ଝଡ଼, ୧୦୦ କୋଟିର ଅନୁଦାନ ଫେରାଇଲା ଆନ୍ଧ୍ର

ପ୍ରଖ୍ୟାତ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ପକ୍ଷରୁ ଭାରତରେ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ଆସିବା ପରେ ତାହାକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏହାକୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା ।

୧୦୦ ବିଲିଅନ୍ ଡଲାର କ୍ଲବ୍‌ରେ ଆଦାନି

ନୂଆଦିଲ୍ଲୀ: ପ୍ରଖ୍ୟାତ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ପକ୍ଷରୁ ଭାରତରେ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ଆସିବା ପରେ ତାହାକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏହାକୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ପ୍ରବଳ ହଟ୍ଟଗୋଳ ପରେ ଲୋକସଭା ଆଜି ମୁଲତବୀ ହୋଇଯାଇଛି । 

ସେପଟେ ତେଲେଙ୍ଗାନା ସରକାର ମଧ୍ୟ ଏ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଦାନି ଗ୍ରୁପ୍ ଦେଇଥିବା ୧୦୦ କୋଟି ଟଙ୍କାର ପାଣ୍ଠିକୁ ରାଜ୍ୟ ସରକାର ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସୋମବାର କହିଛନ୍ତି ଯେ ଏଠାରେ ପ୍ରତିଷ୍ଠା ହେବାକୁ ଥିବା 'ୟଙ୍ଗ ଇଣ୍ଡିଆ ସ୍କିଲ୍ ୟୁନିଭର୍ସିଟି' ପାଇଁ ଆଦାନି ଗ୍ରୁପ୍ ର ୧୦୦ କୋଟି ଟଙ୍କା ଅନୁଦାନକୁ ରାଜ୍ୟ ସରକାର ଗ୍ରହଣ କରିବେ ନାହିଁ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସୋମବାର କହିଛନ୍ତି ଯେ ଏଠାରେ ପ୍ରତିଷ୍ଠା ହେବାକୁ ଥିବା 'ୟଙ୍ଗ ଇଣ୍ଡିଆ ସ୍କିଲ୍ ୟୁନିଭର୍ସିଟି' ପାଇଁ ଆଦାନି ଗ୍ରୁପ୍ ର ୧୦୦ କୋଟି ଟଙ୍କା ଅନୁଦାନକୁ ରାଜ୍ୟ ସରକାର ଗ୍ରହଣ କରିବେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆଦାନୀଙ୍କ ଘୋଷଣା ଯୋଗୁଁ ଅନାବଶ୍ୟକ ଆଲୋଚନା ହୋଇଛି ଯେ ଦାନ ଗ୍ରହଣ କରିବା ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନୁକୂଳ ମନେ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe