ସାଥୀ ହୋଇ ବଞ୍ଚିବା, ସାଥୀ ହୋଇ ମରିବାର ଶପଥ ପୂରା ହେଲା; ସ୍ତ୍ରୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ବାମୀ

Advertisment
ସାଥୀ ହୋଇ ବଞ୍ଚିବା, ସାଥୀ ହୋଇ ମରିବାର ଶପଥ ପୂରା ହେଲା; ସ୍ତ୍ରୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ବାମୀ

ପୁଣେ: ସାଥୀ ହୋଇ ବଞ୍ଚିବା, ସାଥୀ ହୋଇ ମରିବାର ପ୍ରତିଜ୍ଞା ଅନେକ ଦମ୍ପତି କରିଥାନ୍ତି। ସେମାନଙ୍କ ମଧ୍ୟରୁ କେହି କେହି ଏହି କଥାର ପ୍ରମାଣ ବି ଦେଇଦିଅନ୍ତି। ପୁଣେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜ ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁକୁ ନେଇ ଏତେ ଭାଙ୍ଗିପଡ଼ିଲେ ଯେ ଶେଷରେ ନିଜ ଜୀବନ ହାରିବାକୁ ବି ପଛାଇଲେ ନାହିଁ। ପତ୍ନୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବାର ୩ ଦିନ ପରେ ସ୍ବାମୀ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ମହାରାଷ୍ଟ୍ରର ପୁଣେସ୍ଥିତ ଜୁନାର ତହସିଲ୍‌ରେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି। ବିଷ ପାନ କରି ଆତ୍ମହତ୍ୟା କରିଥିବା ସ୍ବାମୀ ଜଣକ ‌ହେଉଛନ୍ତି ରମେଶ କନସ୍କର। ସେ ଗୁରୁବାର ଦିନ ବିଷ ପାନ କରି ଜୀବନ ହାରିଥିବା ସୂଚନା ରହିିିଛି।

ପୁଲିସ୍‌ ଅନୁସାରେ, ତିନ ଦିନ ପୂର୍ବରୁ ରମେଶଙ୍କ ପତ୍ନୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା। ଜାଣିବାକୁ ମିଳିଛି ଯେ ରମେଶଙ୍କ ପତ୍ନୀ ଗର୍ଭବତୀ ଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନଭେମ୍ବର ୧୪ ତ‌ାରିଖ ଦିନ ରମେଶ ନିଜ ପତ୍ନୀ ଓ ଶାଶୁଙ୍କୁ ନେଇ ବାଇକରେ ବରୁଲବାଡ଼ି ଯାଉଥିଲେ। ସେଠାରେ ତ‌ାଙ୍କର ଏକ ଟ୍ରାକ୍ଟର ଟଲି ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅତ୍ୟନ୍ତ ଦୁଃଖରେ ରହୁଥିଲେ ରମେଶ। ସେ ଶେଷରେ ଗୁରୁବାର ଦିନ ନିଜ ଜୀବନ ହାରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe