ପ୍ରଶାସନ ଭାଙ୍ଗିଲା ବ୍ୟାଙ୍କ ଶିଢ଼ି, ଜେସିବି ସାହାଯ୍ୟରେ କର୍ମଚାରୀ ହେଲେ ଉଦ୍ଧାର

Advertisment

ବିହାରର ବକ୍ସର ଜିଲ୍ଲାରେ ସିମ୍ରି ବ୍ଲକ ଅଞ୍ଚଳରେ ନିୟାଜିପୁର ବଜାରରେ ଥିବା ବ୍ୟାଙ୍କ ସରକାରୀ ଜମି ମାଡ଼ି ବସିଥିବା ହେତୁ ପ୍ରଶାସନ ଭାଙ୍ଗିହେଲା ଶିଢ଼ି। ଜେସିବି ସାହାଯ୍ୟରେ ତଳକୁ ଓହ୍ଲାଇଲେ ବ୍ୟାଙ୍କ କର୍ମଚାରୀ।

Updated On

ବିହାରର ବକ୍ସର ଜିଲ୍ଲାରେ ସିମ୍ରି ବ୍ଲକ ଅଞ୍ଚଳରେ ନିୟାଜିପୁର ବଜାରରେ ଥିବା ବ୍ୟାଙ୍କ ସରକାରୀ ଜମି ମାଡ଼ି ବସିଥିବା ହେତୁ ପ୍ରଶାସନ ଭାଙ୍ଗିହେଲା ଶିଢ଼ି। ଜେସିବି ସାହାଯ୍ୟରେ ତଳକୁ ଓହ୍ଲାଇଲେ ବ୍ୟାଙ୍କ କର୍ମଚାରୀ।

ଅଦ୍ୟତନ ହୋଇଛି
ase


ନୂଆଦିଲ୍ଲୀ: ବିହାରର ବକ୍ସର ଜିଲ୍ଲାରେ ଗତଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା।  ସିମ୍ରି ବ୍ଲକ ଅଞ୍ଚଳରେ ନିୟାଜିପୁର ବଜାରରେ ସରକାରୀ ଜମିକୁ ଯେଉଁମାନେ ହଡପ କରିଛନ୍ତି ସେ ସବୁସ୍ଥାନଗୁଡ଼ିକର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ସମୟରେ କର୍ମଚାରୀମାନେ ଏକ ବ୍ୟାଙ୍କର ଶିଢ଼ି ଭାଙ୍ଗି ଦେଇଥିଲେ। ଶିଢ଼ି ଭଙ୍ଗିଯିବା ପରେ ପ୍ରଥମ ମହଲାରେ ଥିବା ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ କାମରେ ଯାଇଥିବା କର୍ମଚାରୀମାନେ ସେଠାରେ ଫସି ଯାଇଥିଲେ। 

ଏହାପରେ ଜେସିବି ସାହଯ୍ୟରେ ଗ୍ରାହକ ଓ କର୍ମଚାରୀଙ୍କୁ ତଳକୁ ଓହ୍ଲାଯାଇଥିଲା।  ଅନ୍ୟ ଗ୍ରାହକମାନେ ବ୍ୟାଙ୍କ ଭିତରକୁ ଯାଇପାରିଲେ ନାହିଁ। ଅନେକ ସମୟ ପରେ ଏକ ଅସ୍ଥାୟୀ ଶିଢ଼ିର ବନ୍ଦୋବସ୍ତ କରାଯାଇଥିଲା। ଏହାପରେ ସନ୍ଧ୍ୟାରେ କାମ ସାରି ବାକିଥିବା ବ୍ୟାଙ୍କ କର୍ମଚାରୀମାନେ ତଳକୁ ଓହ୍ଲାଇଥିଲେ।

ଏହି ଘଟଣାକୁ ନେଇ ଅଧିକାରୀମାନଙ୍କ କହିବାନୁସାରେ, ସିମ୍ରି ବ୍ଲକ ଅଞ୍ଚଳରେ ନିୟାଜିପୁର ବଜାର ରାସ୍ତା ଅଣଓସାରିଆ ରହିଛି। ଯେଉଁ କାରଣରୁ ଯିବାଆସିବାରେ ଅସୁବିଧା ହେଉଥିବା ନେଇ ଲୋକେ ଅନେକଥର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ  ଆଧାର କରି ସରକାରୀ ଜମି ମାଡ଼ି ବସିଥିବା ଲୋକଙ୍କୁ ଉଚ୍ଛେଦ ନେଇ ପୂର୍ବରୁ ସୂଚିତ କରାଯାଇଥିଲା। କିନ୍ତୁ ଏହାକୁ କେହି ଗୁରୁତ୍ବ ଦେଇ ନଥିଲେ। ଉଚ୍ଛେଦ କାର୍ଯ୍ୟ ସଡ଼କ ନିର୍ମାଣ ପାଇଁ କରାଯାଉଛି। ତେଣୁ ଗତ ଗୁରୁବାର ଠାରୁ ପ୍ରଶାସନ ବୁଲଡୋଜର ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe