ଚୀନ ମୁକାବିଲା ରଣନୀତି: ପରମାଣୁ ଅସ୍ତ୍ର କ୍ଷମତା ବଢ଼ାଉଛି ଭାରତ

Advertisment
ଚୀନ ମୁକାବିଲା ରଣନୀତି: ପରମାଣୁ ଅସ୍ତ୍ର କ୍ଷମତା ବଢ଼ାଉଛି ଭାରତ

ନୂଆଦିଲ୍ଲୀ: ଷ୍ଟକ୍‌ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସିପ୍ରି) ଗତକାଲି ପ୍ରକାଶିତ ନୂତନ ଇୟରବୁକ୍‌ରେ କହିଛି ଯେ ଭାରତ ୨୦୨୩ରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମାନ୍ୟ ବିସ୍ତାର କରିଛି ଏବଂ ସମଗ୍ର ଚୀନ୍‌କୁ ଲକ୍ଷ୍ୟଭେଦ କରିବା ଭଳି ଅତିଦୂରଗାମୀ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ୱ ଦେଉଛି। ଥିଙ୍କଟ୍ୟାଙ୍କର ଇୟରବୁକ୍‌ରେ ଆହୁରି କୁହାଯାଇଛି ଯେ ପାକିସ୍ତାନ ଭାରତର ପରମାଣୁ ପ୍ରତିରୋଧର ମୁଖ୍ୟ ଫୋକସ୍ ହୋଇଥିବା ବେଳେ ଭାରତ ସମଗ୍ର ଚୀନ୍‌ରେ ଥିବା ଟାର୍ଗେଟ୍‌ଗୁଡ଼ିକ ଉପରେ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଅସ୍ତ୍ରଶସ୍ତ୍ର ସମେତ ଦୀର୍ଘ ଦୂରତା ବିଶିଷ୍ଟ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ୱ ଦେଉଛି। ଜାନୁଆରି ୨୦୨୪ ସୁଦ୍ଧା ଚୀନ୍ ଅସ୍ତ୍ରଶସ୍ତ୍ର ଭଣ୍ଡାରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ୫୦୦ (ଯାହା ବର୍ଷକ ତଳେ ୪୧୦ ଥିଲା) ଥିବାବେଳେ ଭାରତରେ ଏହି ସଂଖ୍ୟା ୧୭୨ (ଗତବର୍ଷ ୧୬୪) ଥିବା ଆକଳନ କରାଯାଇଛି। ପାକିସ୍ତାନରେ ଏହି ସଂଖ୍ୟା ୧୭୦ ରହିଛି।

ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସାମରିକ ବିବାଦ ପଞ୍ଚମ ବର୍ଷରେ ପହଂଚିଥିବା ବେଳେ ବିବାଦୀୟ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ରହିଥିବା ସମସ୍ୟାର ତୁରନ୍ତ ସମାଧାନ ହେବାର କୌଣସି ସଙ୍କେତ ମିଳି ନ ଥିବା ବେଳେ ପଡ଼ୋଶୀ ଦେଶ ସହ ଚାଲିଥିବା ଆଲୋଚନା ୨୦୨୦ ଏପ୍ରିଲ ପୂର୍ବର ସ୍ଥିତାବସ୍ଥା ଫେରାଇ ଆଣିବାରେ ସହାୟକ ହେବ ବୋଲି ଭାରତ ଆଶା ରଖିଛି। ସିପ୍ରିର 'ଅସ୍ତ୍ରଶସ୍ତ୍ର' କାର୍ଯ୍ୟକ୍ରମର ଆସୋସିଏଟ୍ ସିନିୟର ଫେଲୋ ହାନ୍ସ ଏମ୍ କ୍ରିଷ୍ଟେନ୍‌ସେନ୍ କହିଛନ୍ତି ଯେ ପ୍ରାୟ ସମସ୍ତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ଶକ୍ତି ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରୁଷ୍ (୪,୩୮୦) ଓ ଆମେରିକା (୩,୭୦୮) ପାଖରେ ସାରା ବିଶ୍ବରେ ଥିବା ମୋଟ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରାୟ ୯୦ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe