Image Source: Times of India
ଚିକ୍କମଗଲୁରୁ: ଖାଲି ପାଦରେ ବାର୍ଷିକ ତୀର୍ଥଯାତ୍ରାରେ ସାବରିମାଲା ଯାତ୍ରା କରୁଥିବା ୧୩ ଜଣ ଆୟାପ୍ପା ମାଲାଧାରୀ ବା ଭକ୍ତଙ୍କ ପଛରେ ଗୋଟାଏ ବୁଲା କୁକୁର ଚାଲିଛି। ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର ତିରୁପତିରୁ କର୍ଣ୍ଣାଟକର ଚିକ୍କମଗଲୁରୁ ଜିଲ୍ଲା ଅନ୍ତର୍ଗତ କୋଟ୍ଟିଗେହରା ଗାଁ- ପ୍ରାୟ ୪୮୦ କିଲୋମିଟର ଚାଲିଲେଣି। ବୁଲା କୁକୁରଟି ମଧ୍ୟ ସେମାନଙ୍କ ସହ ଏତେ ବାଟ ଅତିକ୍ରମ କଲାଣି।
ଅଧ୍ୟାତ୍ମିକ ଯାତ୍ରାରେ କୁକୁରଟିକୁ ସାବରିମାଲାଯାଏଁ ନେବେ ବୋଲି ସେ ଭକ୍ତଦଳ ସ୍ଥିର କରିସାରିଲେଣି। ଯାତ୍ରାପଥରେ କୁକୁରଟିର ପାଦ ଦୁଇ ଥର ଜଖମ ହୋଇଛି। ସ୍ଥାନୀୟ ପଶୁ ଡାକ୍ତରମାନେ ତାହାର ଚିକିତ୍ସା କରିଛନ୍ତି।
/sambad/media/post_attachments/wp-content/uploads/2019/11/sabari-300x225.jpg)
ଅକ୍ଟୋବର ୩୧ ତାରିଖ ଦିନ ଦକ୍ଷିଣ କନ୍ନଡ଼ ଜିଲ୍ଲା ଅନ୍ତର୍ଗତ ମୁଦାବିଦ୍ରି ଅଞ୍ଚଳର ତୋଦରବାସୀ ରାଜେଶ ଗୁରୁସ୍ୱାମୀଙ୍କ ନେତୃତ୍ୱରେ ଖାଲିପାଦରେ ଯାତ୍ରା କରୁଥିବା ଭକ୍ତମାନଙ୍କ ସହ କୁକୁରଟି ଯୋଗ ଦେଇଥିଲା। ରବିବାର ଦିନ ସେ ଭକ୍ତଦଳ କୋଟ୍ଟିଗେହରାରେ ପହଞ୍ଚିଛନ୍ତି।
ଭକ୍ତମାନେ କହନ୍ତି: ଆମେ ଏଇ କୁକୁରଟିକୁ ପ୍ରଥମେ ଦେଖି ନ ଥିଲୁ। କିନ୍ତୁ, ଯାତ୍ରା କରିବା ସମୟରେ ସେ କେତେ ବେଳେ କେମିତି ଆମ ପଛପଟେ ଆସୁଥିବାର ଦେଖିଲୁ। ଆମେ ନିଜ ପାଇଁ ରନ୍ଧୁଥିବା ଖାଦ୍ୟରୁ ତାକୁ କିଛି ଦେଉଛୁ। ତା’ ବେକରେ ଚମଡ଼ା ପଟି ଖଣ୍ଡେ ବନ୍ଧା ହୋଇଛି। ସେ ଭାରି ଲାଜକୁରା।
ପ୍ରତିବର୍ଷ ଆମେ ସାବରିମାଲା ଯାତ୍ରା କରୁ। କିନ୍ତୁ, ଏ ବର୍ଷର ଅନୁଭୂତି ନୂଆ ବୋଲି ଆନନ୍ଦ ପ୍ରକାଶ କରି କହନ୍ତି ଭକ୍ତମାନେ।
Follow Us