Image Courtesy of NDTV
ନୂଆଦିଲ୍ଲୀ: ବୁଲା କୁକୁରମାନଙ୍କର ଭୋଜନ ଅଧିକାର ଅଛି ଏବଂ ସେମାନଙ୍କୁ ଖୁଆଇବା ପାଇଁ ମଧ୍ୟ ନାଗରିକମାନଙ୍କର ଅଧିକାର ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କିନ୍ତୁ, ବୁଲା କୁକୁରପଲଙ୍କୁ ଖୁଆଇବା ସମୟରେ ଯେମିତି କାହାର କୌଣସି ଅସୁବିଧା ବା କାହା ପ୍ରତି ବିପଦ ସୃଷ୍ଟି ନ ହୁଏ ସେଥିପାଇଁ ସାବଧାନ ରହିବା ଉଚିତ ବୋଲି ଅଦାଲତ ସତର୍କ କରାଇ ଦେଇଛନ୍ତି।
ବୁଲା କୁକୁରମାନଙ୍କୁ ଖୁଆଇବା ନିମନ୍ତେ ମାର୍ଗଦର୍ଶିକା ଉପସ୍ଥାପନ କରି ଦିଲ୍ଲୀ ହାଇକୋର୍ଟ କହିଲେ, ପ୍ରତ୍ୟେକ କୁକୁର ଦେଶର ପ୍ରାଣୀ ଏବଂ ତାକୁ ଖାଇବାକୁ ଦେବା ଆବଶ୍ୟକ। ମାତ୍ର ସେମାନଙ୍କୁ ଖାଇବାକୁ ଦିଆଯାଉଥିବା ସ୍ଥାନଗୁଡ଼ିକରେ ଜନସାଧାରଣ ବିଶେଷ ଚଳପ୍ରଚଳ ନ କରୁଥିବା ଆବଶ୍ୟକ।
Image Courtesy of News18ବୁଲା କୁକୁରଙ୍କ ପ୍ରତି ଅନୁକମ୍ପା ଥିବା ବ୍ୟକ୍ତିମାନେ ନିଜ ନିଜ ଘର ପରିସର, ଘରର ‘ଡ୍ରାଇଭ୍ୱେ’ କିଂବା ପଡ଼ିଶାମାନେ ଚଳୁ ନ ଥିବା ଘରପାଖରେ ଥିବା କୌଣସି ସ୍ଥାନରେ ବୁଲା କୁକୁରମାନଙ୍କୁ ଖୋଇ ପାରିବେ। ହେଲେ ସେ କୁକୁରମାନେ କାହାର କିଛି କ୍ଷତି କରିବା ପୂର୍ବରୁ ସେମାନଙ୍କୁ ଖାଇବାକୁ ଦେବାରେ କେହି କାହାକୁ ବାରଣ କରି ପାରିବେ ନାହିଁ ବୋଲି ବିଚାରପତି ଜେ ଆର୍ ମିଧା ୮୬ପୃଷ୍ଠା ସମ୍ବଳିତ ରାୟରେ ଉଲ୍ଲେଖ କରିଛନ୍ତି।
ବୁଲା କୁକୁରଙ୍କୁ ଖୁଆଇବା ଘଟଣାକୁ କେନ୍ଦ୍ର କରି ଦୁଇଜଣ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବିବାଦ ହେବାରୁ ଅଦାଲତ ଏଭଳି ରାୟ ଦେଇଛନ୍ତି। ତାଙ୍କ ଘର ଫାଟକ ନିକଟରେ ବୁଲା କୁକୁରମାନଙ୍କୁ ଖାଇବା ପାଇଁ ନ ଦେବାକୁ ଜଣେ ବ୍ୟକ୍ତି ବୁଲା କୁକୁରମାନଙ୍କୁ ଖାଇବାକୁ ଦେଉଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବାରଣ କରିଥିଲେ। ପରେ ଅବଶ୍ୟ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ହୋଇ ବୁଲା କୁକୁରମାନଙ୍କୁ ଖୁଆଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯାଇଥିଲା।
ଏହା ବ୍ୟତିରେକେ, ଅଦାଲତ ମଧ୍ୟ କହିଛନ୍ତି ଯେ, ସମ୍ମାନ ଓ ମର୍ଯ୍ୟାଦାର ସହ ବଞ୍ଚିବା ଲାଗି ପ୍ରାଣୀମାନଙ୍କର ମଧ୍ୟ ଅଧିକାର ରହିଛି। ସେଥିଲାଗି ଗଣମାଧ୍ୟମ ସହାୟତାରେ ଏ ସମ୍ବନ୍ଧରେ ଜନସଚେତନତା ପ୍ରଚାର ଲାଗି ‘ଭାରତର ପ୍ରାଣୀ ମଙ୍ଗଳ ବୋର୍ଡ’କୁ ଅଦାଲତ କହିଛନ୍ତି।
Follow Us